ଓଡିଆ ଫିଲ୍ମକୁ ମିଳୁନି ହଲ : କାହିଁକି ଓଡିଆ ଫିଲ୍ମ ପ୍ରତି କମୁଛି ଆଗ୍ରହ ?

275

କନକ ବ୍ୟୁରୋ :  ଆଜି ଜାତୀୟ ସିନେମା ଦିବସରେ ସାରା ଦେଶରେ ୪ହଜାରରୁ ଅଧିକ ହଲରେ ମାତ୍ର ୭୫ଟଙ୍କାରେ ଟିକେଟ ଦିଆଯାଇ ହଲ୍ ପ୍ରତି ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରାଯାଉଛି । କିନ୍ତୁ ଏପଟେ ଓଡ଼ିଆ ଫିଲ୍ମକୁ ହଲ୍ ମିଳୁନି ? ପ୍ରଶ୍ନ ଉଠୁଛି କାହିଁକି ?

ସମସ୍ତଙ୍କର ଗୋଟିଏ ମତ ସିନେମା ଭଲ ହେଉନି, ଦକ୍ଷିଣରୁ କାହାଣୀ କପି ହେଉଛି, ବାହାରର ନିର୍ଦ୍ଦେଶକ ଓଡ଼ିଆ ଦର୍ଶକଙ୍କ ରୁଚିକୁ ବୁଝି ସେ ପ୍ରକାର ଚଳଚିତ୍ର କରିପାରୁନାହାନ୍ତି । ଗତ ୧୦-୧୫ବର୍ଷ ଧରି ଓଡ଼ିଆ ସିନେମାର ପତନର ଧାରା ଆରମ୍ଭ ହୋଇଯାଇଛି । ବିଭିନ୍ନ ସମୟରେ ଆମ ଚଳଚ୍ଚିତ୍ର ଭିନ୍ନ ଆଉ ଏହାକୁ ଦେଖିବା ପାଇଁ ହଲକୁ ଆସନ୍ତୁ କହି କଳାକାର ମାନେ କ୍ୟାମ୍ପେନ କରିନ୍ତି କିନ୍ତୁ ହଲକୁ ଆସି ଦର୍ଶକ ହତାଶ ହୋଇ ଫେରୁଛନ୍ତି । ଯଦି ଭଲ ସିନେମା ହେବ ତା ହେଲେ ନିଶ୍ଚୟ ଚାଲିବ ଆଉ ହଲ ମାଲିକମାନେ ବି ଏ ସିନେମା ପାଇଁ ପ୍ରତିଯୋଗିତା କରିବେ ।

ଓଡ଼ିଆ ଦର୍ଶକଙ୍କୁ ଆକୃଷ୍ଟ କରିପାରୁନି ଓଡ଼ିଆ ଚଳଚ୍ଚିତ୍ର । ଫିଲ୍ମର କାହାଣୀ  ଦମଦାର ହେଉନଥିବାରୁ ଦର୍ଶକ ଫିଲ୍ମ ହଲ୍ ଆସିବାକୁ ଚାହୁଁନାହାନ୍ତି । ଫିଲ୍ମର ଭଲ ପ୍ରମୋସନ ହେଉନଥିବାରୁ ବ୍ୟବସାୟ ବି ଆଖିଦୃଶିଆ ହେଉନଥିବା କହିଛନ୍ତି ଫିଲ୍ମ ହଲ କର୍ତ୍ତୃପକ୍ଷ । ହଲରେ ଓଡ଼ିଆ ଚଳଚ୍ଚିତ୍ର ପଡିଲେ ବି ମାତ୍ର ଗୋଟିଏ ଶୋ ପରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁନାହିଁ । ସେଥିପାଇଁ ଓଡ଼ିଆ ଫିଲ୍ମ ବଦଳରେ ହିନ୍ଦୀ ଫିଲ୍ଳ ହଲରେ ପଡୁଛି ।