ଆସିଲା ‘ଦେବଦାସ’ର ଫାଷ୍ଟ ପୋଷ୍ଟର : ଚର୍ଚ୍ଚାରେ ଭୁମିକାଙ୍କ ‘ପାରୋ’ ଲୁକ

141

କନକ ବ୍ୟୁରୋ : ଓଲିଉଡ ପରଦାରେ ଦେଖିବାକୁ ମିଳିବ ପରିଅଡ ଡ୍ରାମା ଫିଲ୍ମ । ଦେବଦାସ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର । ଯାହାର ଟାଇଟଲ ରହିଛି ନାୟକର ନାଁ ଦେବଦାସ । ଏହି ଅପକମିଂ ସିନେମାର ଫାଷ୍ଟ ପୋଷ୍ଟର ଏବେ ରିଲିଜ ହୋଇଛି । ସିନେମାରେ ଦେବଦାସ ଭୂମିକାରେ ନଜର ଆସିବେ ଅଭିନେତା ଅସିତ, ପାରୋ ଚରିତ୍ରରେ ଭୂମିକା ଏବଂ ଚନ୍ଦ୍ରମୂଖୀ ଭାବେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ ।

ଅପକମିଂ ଓଲିଉଡ ମୁଭି ‘ନାୟକର ନାଁ ଦେବଦାସ’ର ପ୍ରଥମ ପୋଷ୍ଟର୍ ରିଲିଜ ହୋଇଛି । ପୋଷ୍ଟର୍ରେ ଫିଲ୍ମର ଲିଡ ଅସିତଙ୍କ ଦେବଦାସ ଲୁକ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଚଳଚ୍ଚିତ୍ର ଭୈରବରେ ଅସିତଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା । ଆଉ ଦେବଦାସ ତାଙ୍କର ଦ୍ୱିତୀୟ ସିନେମା । ଅଭିନେତା ଅସିତଙ୍କ ସମେତ ଅଭିନେତ୍ରୀ ଭୂମିକାଙ୍କ ପାରୋ ଅନ୍ଦାଜ ବି ରିଭିଲ୍ ହୋଇଛି । ସୁଟିଂ ସେଟରୁ ଭୂମିକାଙ୍କ ପାରୋ ଲୁକ୍ସର କିଛି ଫଟୋ ମେକର ରିଲିଜ କରିଛନ୍ତି । ଟିକେ ନଜର ପକାନ୍ତୁ ପାରୋଙ୍କ ଏହି ଅନ୍ଦାଜ । ବେଙ୍ଗଲି ଶୈଳୀରେ ଶାଢି ପିନ୍ଧା, ଲମ୍ବା କେଶ ଆଉ ମଥାରେ ବଡ ବିନ୍ଦି । ଭୂମିକାଙ୍କ ଏହି ପାରୋ ଲୁକ୍ସ କିଛି କମ୍ ଆକର୍ଷଣୀୟ ହୋଇ ନାହିଁ । ଏହି ଅପକମିଂ ସିନେମାର ସୁଟିଂ ଆରମ୍ଭ ହୋଇ ସାରିଛି । ଆଉ ସୁଟିଂ ସେଟରୁ ଆସିଛି ଅନେକ ଫଟୋଗ୍ରାଫ୍ସ ।

ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ରେ ଅସିତ ଦେବଦାସ ଭୂମିକାରେ ଅଭିନୟ କରୁଥିବାବେଳେ ପାରୋ ସାଜିବେ ଭୂମିକା । ଆଉ ସିନେମାରେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଦେଖିବାକୁ ମିଳିବ ଚନ୍ଦ୍ରମୂଖୀ ଭୂମିକାରେ । ଚନ୍ଦ୍ରମୂଖୀ ଭଳି ବଳିଷ୍ଠ ଚରିତ୍ରକୁ ପରଦାରେ ତୁଲାଇବେ ଅନୁ । ଯାହା ଅନୁଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ପୂର୍ବରୁ ବି ଅନୁଙ୍କ ଗ୍ଲାମରସ ଲୁକ ଅନେକ ଥର ପରଦାରେ ଦେଖିବାକୁ ମିଳିଛି । ଆଉ ଏବେ ଚନ୍ଦ୍ରମୂଖୀ ହୋଇ ନିଜ ଫ୍ୟାନ୍ସଙ୍କୁ ଏଟଂଟରଟେନ କରିବେ ଅଭିନେତ୍ରୀ ଅନୁ ଚୌଧୁରୀ । ମୃତ୍ୟୁଂଜୟ ସାହୁ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ଫିଲ୍ମର ପ୍ରଯୋଜନା କରୁଛନ୍ତି ଶିଶିର ଚନ୍ଦ୍ର ଦାସ ଓ କିର୍ତନ ଚନ୍ଦ୍ର ପାତ୍ର ।