କନକ ବ୍ୟୁରୋ : ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’କୁ ମିଳୁଛି ଦର୍ଶକଙ୍କ ଭରପୂର ଭଲପାଇବା । ରିଲିଜ୍ ହେବା ପରଠାରୁ ହାଉସ ଫୁଲ୍ ଯାଉଛି ପ୍ରତିଟି ଶୋ’ । ଏହାରି ଭିତରେ ଫିଲ୍ମ ଦେଖିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସିନେମାକୁ ଖୁବ୍ ପ୍ରଶଂସା କରିବା ସହ ଏହାଏକ ଭିନ୍ନ ସ୍ୱାଦର ଫିଲ୍ମ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ବର୍ତ୍ତମାନ ଓଡ଼ିଆ ସିନେମା ଏକ ନୂଆ ଧାରା ଦେଇ ଗତି କରୁଛି ।

Advertisment

ନୂଆ ଲେଖକ, ନୂଆ ନାଟ୍ୟକାରଙ୍କ ଚିନ୍ତାଧାରାରେ ନିର୍ମିତ ସିନେମାଗୁଡ଼ିକ ଭଲ ହେଉଛି । ବିଶେଷକରି ‘ଡେଲିଭରି ବୟ’ ଏକ ନୂଆ ବାର୍ତ୍ତା ଦେଇଛି । ଫିଲ୍ମଟି ସାଧାରଣ ଜୀବନର କଥା ଓ ନୂଆ ପିଢ଼ିର କଥା ମଧ୍ୟ କହୁଛି । ତେଣୁ ଏହାକୁ ଅଧିକ ସଂଖ୍ୟାରେ ଦର୍ଶକ ଦେଖନ୍ତୁ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି । ସେହିପରି ଭେଟେରାନ୍ ଅଭିନେତ୍ରୀ ଓ ସ୍ୱଗର୍ତ ବିଜୟ ମହାନ୍ତିଙ୍କ ପତ୍ନୀ ତନ୍ଦ୍ରା ରାୟ ଓ ପ୍ରଯୋଜକ ଶ୍ୟାମା ପ୍ରସାଦ ମିଶ୍ର ମଧ୍ୟ ଫିଲ୍ମଟିକୁ ଦେଖିଛନ୍ତି ।