ବଲିଉଡ୍ ଷ୍ଟାଇଲରେ ନିର୍ମାଣ ହୋଇଛି ଓଡ଼ିଆ ଚଳଚିତ୍ର । ଦୁର୍ଗମ ଅଞ୍ଚଳରେ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ପାଇଁ ସଂଘର୍ଷ କରୁଛନ୍ତି ଡାକ୍ତର । ଡାକ୍ତର ଓଁକାର ହୋତାଙ୍କ ଭୂମିକାରେ ବାବୁସାନ୍ ମହାନ୍ତି ।

345

କନକ ବ୍ୟୁରୋ: ମାଓବାଦୀ ଅଞ୍ଚଳରେ ରୋଗୀ ସେବା କରି ଚର୍ଚ୍ଚାକୁ ଆସିଥିବା ଡାକ୍ତର ଓଁକାର ହୋତାଙ୍କ ଉପରେ ଆଧାରିତ ଫିଲ୍ମ ଦମନକୁ ନେଇ ଚାରିଆଡେ ଚର୍ଚ୍ଚା । ସତ କାହାଣୀ ଉପରେ ଅଧାରିତ ଏହି ଫିଲ୍ନରେ ଡାକ୍ତରଙ୍କ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ ଷ୍ଟାର ବାବୁସାନ୍ ମହାନ୍ତି । ସହରୀ ଜୀବନୀରୁ ଯାଇ ଗ୍ରାମାଞ୍ଚଳରେ କିଭଳି ରୋଗୀ ସେବା କରିବା ସହ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରିଥିଲେ ଡାକ୍ତର, ତାହା ଏହି ଫିଲ୍ମରେ ଦେଖାଯାଇଛି ।

  • ଦୁର୍ଗମ ଅଞ୍ଚଳର ଡାକ୍ତରଙ୍କ ଉପରେ ଫିଲ୍ମ
  • ବଲିଉଡ୍ ଷ୍ଟାଇଲରେ ଓଡ଼ିଆ ଚଳଚିତ୍ର
  • ଡାକ୍ତର ଓଁକାର ହୋତାଙ୍କ ଭୂମିକାରେ ବାବୁସାନ

ଜୁନ୍ ୧୦ ରେ ବଡ ପରଦାକୁ ଆସୁଛି ଫିଲ୍ମ ଦମନ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବାବୁସାନ ମହାନ୍ତି । ମାଲକାନଗିରିର ଦୁର୍ଗମ ଅଞ୍ଚଳର ଡାକ୍ତର ଓଁକାର ହୋତାଙ୍କ ସଂଘର୍ଷମୟ ଜୀବନୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । ପ୍ରଥମ ଥର ପାଇଁ ବଲିଉଡ୍ ଷ୍ଟାଇଲରେ କରାଯାଇଥିବା ଏହି ଫଲ୍ନରେ ଜଣେ ଡାକ୍ତର କିପରି ସହର ଜୀବନୀରୁ ଯାଇ ଗ୍ରାମାଞ୍ଚଳର ଦୁର୍ଗମ ଅଞ୍ଚଳରେ ରୋଗୀ ସେବା କରୁଛନ୍ତି ତାହା ବର୍ଣ୍ଣନା କରାଯାଇଛି । ଲୋକମାନଙ୍କ ମଧ୍ୟରେ ଥିବା ଅନ୍ଧ ବିଶ୍ୱାସ ଦୂର କରି କିପରି ହସ୍ପିଟାଲ ପ୍ରତି ସେମାନଙ୍କର ଆଗ୍ରହ ବଢାଉଛନ୍ତିି ତାହା ଫିଲ୍ମରେ ଦେଖାଯାଇଛି ।

ସହରରେ ରହି ଡାକ୍ତରୀ ପାଠପଢା ସରିବା ପରେ ଡାକ୍ତରଙ୍କ ପ୍ରଥମ ପୋଷ୍ଟିଂ ହୋଇଛି ମାଲକାନଗିରିର ମାଓବାଦୀ ଅଞ୍ଚଳ ପୁପୁଲରେ । ନୂଆ ପରିବେଶ ସାଙ୍ଗକୁ ବିଦ୍ୟୁତ୍ କାଟ୍, ମଶା ଆଦି ଅସୁବିଧା ସହ ଅନ୍ଧବିଶ୍ୱାସ ଭରା ନୂଆ ଦୁନିଆରେ କିପରି ନିଜକୁ ଖାପ ଖୁଆଇଥିଲେ ତାହା ଫିଲ୍ମରେ ଦେଖିବାକୁ ମିଳିବ । ସେଠାରେ ରହି କିଭଳି ମ୍ୟାଲେରିଆ ଦୂର କରିବା ସହ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇପାରିଥିଲେ ତାହା ଉପରେ ଫିଲ୍ମଟି ପର୍ଯ୍ୟବେସିତ ହୋଇଛି ।

ଏଥିସହ ଫିଲ୍ମରେ ଡାକ୍ତର ଓଁକାର ହୋତା କିଭଳି ୧୨ କିଲୋମିଟର ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ଆଣିଥିଲେ ତାର ଝଲକ ମଧ୍ୟ ରହିଛି । ତେବେ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମକୁ ଲୋକେ ପସନ୍ଦ କରିବେ ବୋଲି ଆଶାବାଦୀ ଅଛନ୍ତି ଡାକ୍ତର ।