ତାଲାବନ୍ଦ ବଢ଼ାଇଲା ଦାଦନଙ୍କ ଦୁଃଖ: ତାମିଲନାଡୁରେ ଫସିଛନ୍ତି ଓଡିଆ ଶ୍ରମିକ; ଘର ଛାଡିବା ପାଇଁ ମାଲିକ ମାଡ ମାରୁଥିବା ଅଭିଯୋଗ

Advertisment
ତାଲାବନ୍ଦ ବଢ଼ାଇଲା ଦାଦନଙ୍କ ଦୁଃଖ: ତାମିଲନାଡୁରେ ଫସିଛନ୍ତି ଓଡିଆ ଶ୍ରମିକ; ଘର ଛାଡିବା ପାଇଁ ମାଲିକ ମାଡ ମାରୁଥିବା ଅଭିଯୋଗ

କନକ ବ୍ୟୁରୋ: ସାରା ଦେଶରେ ଲକଡାଉନ ବା ତାଲାବନ୍ଦ ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ଏହି ସମୟରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଏଭଳି ସମୟରେ ତାମିଲନାଡୁରୁ ଆସିଛି ବିଚଳିତ କରିବା ଭଳି ଖବର । ସେଠାରେ ଫସି ରହିଥିବା କିଛି ଓଡିଆଙ୍କୁ ଘର ମାଲିକ ମାଡ ମାରିବା ସହ ଘରୁ ବାହାର କରିଦେଇଥିବା ନେଇ ଭିଡିଓ ମେସେଜ୍ ମାଧ୍ୟମରେ ଅଭିଯୋଗ କରିଛନ୍ତି ।

ଏପରିକି ତାମିଲନାଡୁ ତିରପୁର ଜିଲ୍ଲାରେ ଘର ମାଲିକ ଗୁଣ୍ଡା ଲଗାଇ ଓଡିଶାର ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି । ଯଦି ସେମାନଙ୍କ କଥା ସରକାର ନବୁଝନ୍ତି ତେବେ ସେମାନେ ପାଦରେ ଚାଲି ଚାଲି ଓଡିଶା ଆସିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe