କନକ ବ୍ୟୁରୋ: ସାରା ଦେଶରେ ଲକଡାଉନ ବା ତାଲାବନ୍ଦ ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ଏହି ସମୟରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଏଭଳି ସମୟରେ ତାମିଲନାଡୁରୁ ଆସିଛି ବିଚଳିତ କରିବା ଭଳି ଖବର । ସେଠାରେ ଫସି ରହିଥିବା କିଛି ଓଡିଆଙ୍କୁ ଘର ମାଲିକ ମାଡ ମାରିବା ସହ ଘରୁ ବାହାର କରିଦେଇଥିବା ନେଇ ଭିଡିଓ ମେସେଜ୍ ମାଧ୍ୟମରେ ଅଭିଯୋଗ କରିଛନ୍ତି ।
ଏପରିକି ତାମିଲନାଡୁ ତିରପୁର ଜିଲ୍ଲାରେ ଘର ମାଲିକ ଗୁଣ୍ଡା ଲଗାଇ ଓଡିଶାର ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି । ଯଦି ସେମାନଙ୍କ କଥା ସରକାର ନବୁଝନ୍ତି ତେବେ ସେମାନେ ପାଦରେ ଚାଲି ଚାଲି ଓଡିଶା ଆସିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/Capture-2.png)