କନକ ବ୍ୟୁରୋ : ବାହାରିନରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ମୃତ୍ୟୁ । ବାହାରିନର ଏନଏସଏଚ କମ୍ପାନୀରେ କାମ କରୁଥିବା ଗଞ୍ଜାମ ଛତ୍ରପୁର ଅଞ୍ଚଳରେ ପୁରୁଷୋତ୍ତମ ସାହୁଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ବାହାରିନରେ ଥିବା ଓଡିଶା ସମାଜର ସହାୟତାରେ ଏବେ ମୃତଦେହକୁ ଜନ୍ମମାଟିକୁ ଅଣାଯାଉଛି । ବାହାରିନରୁ ଗତକାଲି ରାତିରେ ଏୟାର ଇଣ୍ଡିଆର ଫ୍ଲାଇଟ୍ ଏଆଇ ୧୯୦ ଯୋଗେ ପୁରୁଷୋତ୍ତମଙ୍କ ପାର୍ଥିବ ଶରୀର ଦିଲ୍ଲୀ ଆସିଥିଲା ।

Advertisment

ଆଜି ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନରେ ବିଶାଖପାଟଣାକୁ ମୃତଦେହ ପଠାଯାଉଛି ଓ ସେଠାରୁ ସଡକ ପଥରେ ମୃତଦେହକୁ ଗାଁକୁ ଅଣାଯିବ ବୋଲି ସୂଚନା ମିଳିଛି । ସୂଚନାଅନୁସାରେ ଗତ ଶନିବାର ଅପରାହ୍ଣରେ ୧ଟା ୩୦ରେ ପୁରୁଷୋତମଙ୍କୁ ହୃଦଘାତ ହୋଇଥିଲା । ତୁରନ୍ତ ତାଙ୍କୁ ବାହାରିନର ସଲମାନିଆ ହସପଟିଲାକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇବା ପରେ ପରିବାର ଲୋକେ ବାହାରିନରେ ଥିବା ଓଡିଶା ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କୁ ଯୋଗଯୋଗ କରିଥିଲେ ।

ଓଡିଶା ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ ଓ ତାଙ୍କ ସୀଥୀ ମୃତଦେହକୁ ଘରକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଭାରତର ରାଷ୍ଟ୍ରଦୂତ ଓ ପୁରୁଷୋତ୍ତମ କାମ କରୁଥିବା ଏନଏସଏଚ କମ୍ପାନୀ ସହ ଯୋଗାଯୋଗ କରିଥିଲେ । ତିନିଦିନ ପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସଠାରୁ ଆବଶ୍ୟକ କ୍ଲିୟରାନ୍ସ ମିଳିବା ପରେ ମୃତଦେହକୁ ଗାଁକୁ ଫେରାଇ ଅଣାଯାଉଛି ।