କନକ ବ୍ୟୁରୋ: କରୋନର କରୁଣ ଚିତ୍ର । ଆସିଛି ମୟୂରଭଂଜ ଜିଲ୍ଲା ମୋରଡା ବ୍ଲକ ନୂଆ ଗାଁରୁ ଆସିଛି, ଅସହାୟତାର ଦୁଃଖଦ ଦୃଶ୍ୟ । ନୂଆ ଗାଁ ପାଖ ପୋଲ ତଳେ କରୋନା ଆକ୍ରାନ୍ତ ପୁଅ ସହ ଝଡ ତୋଫାନ ରାତି କାଟିଛି ମାଆ । ଘରେ ସଙ୍ଗରୋଧ ପାଇଁ ଜାଗା ନଥିବାରୁ ବାଧ୍ୟ ହୋଇ ପୋଲ ତଳେ ଆଶ୍ରୟ ନେଇଥିଲେ ପୁଅ । ଆଉ ପୁଆ କରୋନାରେ ଆକ୍ରାନ୍ତ ଜାଣିଶୁଦ୍ଧା ମାଆ ପୁଅର ପାଖ ନଛାଡି ପୋଲ ତଳେ ରହିଥିଲେ ।
ନୂଆ ଗାଁର ଏହି ଘଟଣା ଏବେ ମୟୂରଭଂଜ ଜିଲ୍ଲାରେ ଆଳୋଡନ ସୃଷ୍ଟି କରିଛି । ନୂଆ ଗାଁର ଭୂପତି ମହାନ୍ତି, ଗତ ଗୁରୁବାର ପଜିଟିଭ ଚିହ୍ନଟ ପରେ ବାରିପଦା ପିଆରଏମଆର କୋଭିଡ ୱାର୍ଡରେ ଭର୍ତି ହୋଇଥିଲେ ।ଗତ ରବିବାର ଭୂପତିଙ୍କୁ କୋଭିଡ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଭୂପତି ଓ ତାଙ୍କ ମାଆଙ୍କୁ ଏକ ଆମ୍ବୁଲାନ୍ସ ଆଣି ନୂଆଗାଁ-ଫୁଲଝର ଛକରେ ଛାଡି ଦେଇଥିଲା ।
ଏହାପରେ ଭୂପତି ସଙ୍ଗରୋଧ ପାଇଁ ଘରେ ସୁବିଧା ନଥିବାରୁ ଘରକୁ ନ ଯାଇ ଗାଁ ପାଖର ଏକ ପୋଲ ତଳେ ରହିଗଲେ । ରବିବାର ରାତିରେ ଝଡତୋଫାନରେ ବି ମା ପୁଅ ପୋଲ ତଳେ ସେମିତି ପଡିରହି ରାତି କାଟିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକ ମା, ପୁଅଙ୍କୁ ଆଣି ଗାଁ କ୍ଲବ ଘରେ ସଙ୍ଗରୋଧରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/15-22.jpg)