ଓଡ଼ିଆ ମିଡିୟମରେ ପାଠପଢ଼ି ଦୁଇ ଦୁଇ ଥର ଟପ୍ପର ହେଲେଣି ଗୌତମ ଦାସ । ଜେଇଇ ମେନ୍ ପରେ ଜେଇଇ ଆଡଭାନ୍ସରେ ବି ଓଡ଼ିଶା ଟପ୍ପର ବାଲେଶ୍ୱର ଛାତ୍ର 

244

କନକ ବ୍ୟୁରୋ : ଜେଇଇ ଆଡଭାନ୍ସଡ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ସର୍ବଭାରତୀୟ ସ୍ତରରେ ୧୧୫ ତମ ସ୍ଥାନରେ ରହି ସେ ଓଡ଼ିଶା ଟପ୍ପର ହୋଇଛନ୍ତି । ସାଇ ଇଂଟରନ୍ୟାସନାଲ ସ୍କୁଲ ଛାତ୍ର ହେଉଛନ୍ତି ଗୌତମ ।

ବାଲେଶ୍ୱରର ଜଣେ ବ୍ୟବସାୟୀ ରବୀନ୍ଦ୍ର ଦାସ ଓ ମଧୁସ୍ମିତା ଦାସଙ୍କ ପୁଅ ଗୌତମ  । ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଥିଲେ ଗୌତମ ଦାସ । ଏହା ପରେ ସେ ସାଇ ଇଂଟନ୍ୟାସନାଲ ସ୍କୁଲରେ ନାମ ଲେଖାଇଥିଲେ । ଓଡ଼ିଆ ମିଡିୟମ୍ର ଛାତ୍ର ହୋଇଥିବାରୁ ଇଂରାଜୀ ମିଡିୟମ୍ରେ ପାଠ ପଢିବା ତାଙ୍କ ପାଇଁ ସହଜ ହୋଇନଥିଲା । ହେଲେ ସେ ହାର ମାନିନଥିଲେ । କଠିନ ପରିଶ୍ରମ କରି ଚାଲିଥିଲେ ଗୌତମ । ପ୍ରତିକୂଳ ପରିବେଶକୁ ଖାତିର ନକରି ଆଗକୁ ବଢିଚାଲିଥିଲେ । ଶେଷରେ ତାଙ୍କୁ ମିଳିଛି ସଫଳତା । ଓଡ଼ିଆ ମିଡିୟମ୍ରେ ପାଠ ପଢି ଦୁଇ ଦୁଇ ଥର ଟପ୍ପର ହୋଇଛନ୍ତି । ଜେଇଇ ମେନ୍ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସ ଜେଇଇ ଆଡ୍ଭାନ୍ସଡ୍ରେ ବି ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ୧୧୫ ତମ ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଗୌତମ ଦାସ ।