ୟୁକ୍ରେନରେ ଭୟଭୀତ ଅବସ୍ଥାରେ ଅଛନ୍ତି ଓଡିଆ ମେଡିକାଲ ଛାତ୍ରୀ : ବୋମାମାଡ ଭୟରେ ଘରର ବେସମେଣ୍ଟରେ ନେଇଛନ୍ତି ଆଶ୍ରୟ

Advertisment
ୟୁକ୍ରେନରେ ଭୟଭୀତ ଅବସ୍ଥାରେ ଅଛନ୍ତି ଓଡିଆ ମେଡିକାଲ ଛାତ୍ରୀ : ବୋମାମାଡ ଭୟରେ ଘରର ବେସମେଣ୍ଟରେ ନେଇଛନ୍ତି ଆଶ୍ରୟ

କନକ ବ୍ୟୁରୋ : ୟୁକ୍ରେନରେ ଭୟଭୀତ ଅବସ୍ଥାରେ ଅଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ । ଋଷିଆର ମିଜାଇଲ ଓ ବୋମାମାଡ଼ ଭିତରେ କେତେବେଳେ କ’ଣ ଘଟିବ ତାକୁ ନେଇ ଚିନ୍ତାରେ ଅଛନ୍ତି । ୟୁକ୍ରେନର ଖାରକିବରୁ ଜଣେ ଓଡ଼ିଆ ଛାତ୍ରୀ ପ୍ରଜ୍ଞା ଲିପସା ଲାଇଭରେ ରହି କନକ ନ୍ୟୁଜକୁ ସେମାନଙ୍କ ଅବସ୍ଥା ନେଇ ସୂଚନା ଦେଇଛନ୍ତି । ସେମାନେ ଘରର ବେସମେଣ୍ଟରେ ଆଶ୍ରୟ ନେଇଛନ୍ତି ।

କିଛି ଦିନ ପୂର୍ବରୁ ଆକ୍ରମଣର ଆଶଙ୍କା ଥିବାରୁ ଖାଇବା ସାମଗ୍ରୀ ମହଜୁଦ୍ ରଖିଛନ୍ତି । ଏଠି ରହିଥିବା ଛୋଟ ଛୋଟ ଦୋକାନ ଖୋଲା ରହିଛି । ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବା ବୋଲି କୁହାଯାଇଛି । ଖାରକିବରେ ଗ୍ୟାସ, ବିଦ୍ୟୁତ ସଂଯୋଗ ରହିଛି । କିନ୍ତୁ ଅନ୍ୟ ଯାଗାରେ ସମସ୍ତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ସେଠାରୁ ତାଙ୍କୁ ଉଦ୍ଧାର କରାଯାଉ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe