କନକ ବ୍ୟୁରୋ: ମାଓବାଦୀଙ୍କ ଗୁଳିରେ ମୃତ ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମର ଶରୀର ଆଜି ତାଙ୍କ ପୈତୃକ ଗାଁରେ ପହଂଚିବ । ଅଚ୍ୟୁତଙ୍କ ଘର ବଲାଙ୍ଗିର ଲୋଇସିଂହା ଅଂଚଳରେ । ତାଙ୍କ ମୃତ୍ୟୁ ଖବର ଶୁଣି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତଦେହ ଗାଁରେ ପହଂଚିବା ପରେ ଆଜି ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି । ଗତକାଲି ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଘଟିଛି ଏହି ଅଘଟଣ ।
ଖବର ସଂଗ୍ରହ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଅଚ୍ୟୁତାନନ୍ଦ ଥିବା ଦୁରଦର୍ଶନର ଏହି ଟିମ ନିଲୱାୟା ଅଂଚଳରେ ନୂଆକରି ତିଆରି ହୋଇଥିବା ଏକ ପୋଲିଂ ଷ୍ଟେସନକୁ ସୁଟିଂ କରିବାକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ସେହିପରି ମାଓବାଦୀଙ୍କ ଆକ୍ରମଣରେ ଦୁଇ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଏପରି ଗୁଳିମାଡ କରି ମାଓବାଦୀମାନେ ପୁଣିଥରେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି ।
ଅନ୍ୟପଟେ ଏହି ଭୟାବହ ଓ ଦୁଃଖଦ ଘଟଣାର ଦୃଶ୍ୟକୁ ନିଜ ଆଖିରେ ଦେଖିଥିଲେ ୩୭ବର୍ଷୀୟ ସାମ୍ବାଦିକ। ସାମ୍ବାଦିକ କହନ୍ତି, ସେ ଦୂରଦର୍ଶନ ତରଫରୁ କଭରେଜ ପାଇଁ ନିଲଓ୍ଵାୟ ଯାଇଥିଲେ। ଏହି ଅଞ୍ଚଳ ସମେଲିର ସିଆରପିଏଫ୍ କ୍ୟାମ୍ପରୁ ପାଖାପାଖି ପାଞ୍ଚ କିଲେମିଟରରେ ଦୂରରେ ଥିଲା। ନିଲଓ୍ଵାୟରେ ନୂଆ ହୋଇଥିବା ମତଦାନ କେନ୍ଦ୍ରର କଭରେଜ ପାଇଁ ଯୋଜନା କରୁଥିଲେ, ଯେଉଁଠାରେ ୧୯୯୮ରୁ ଏଯାବତ୍ ଲୋକମାନେ ଭୋଟ ଦେଇ ନ ଥିଲେ। ସେ ଓ ଅଚ୍ୟୁତାନନ୍ଦଙ୍କ ସହିତ ପାଖାପାଖି ୬ରୁ ଅଧିକ ମୋଟର ସାଇକେଲରେ ସୁରକ୍ଷାକର୍ମୀମାନେ ଥିଲେ। ମାଓବାଦୀଙ୍କ ଗଡ଼ କୁହାଯାଉଥିବା ଏହି ଅଞ୍ଚଳରେ ବିଛା ଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ନକ୍ସଲମାନେ ଗାଡ଼କୁ ଉଡାଇ ଦିଅନ୍ତି। ସେଥିପାଇଁ ବାଇକ୍ରେ ଯିବା ସୁରକ୍ଷିତ ବୋଲି ଧରାଯାଇଥିଲା।
ସାମ୍ବାଦିକ କହନ୍ତି, ୧୦ଟା ୨୫ ମିନିଟ୍ରେ ଆଗରେ ଯିଏ ବାଇକ୍ ଚଳାଉଥିଲେ ସେ ହଠାତ୍ ଟଳି ପଡିଥିଲେ। ମୋଟରସାଇକେଲ ପଛରେ ତାଙ୍କର କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁ ଥିଲେ, ତାଙ୍କୁ ବି ଗୁଳି ବାଜିଥିଲା ଫଳରେ ସେ ବି ସେଠି ଟଳି ପଡ଼ିଥିଲେ। ଏସବୁ ଦେଖି ସେ ମୋଟରସାଇକେଲ ଉପରୁ ସନ୍ତୁଳନ ହଟି ଯାଇଥିଲା… ଫଳରେ ସୌଭାଗ୍ୟବଶତଃ ସେ ନଳାରେ ଗଳି ପଡ଼ିଥିଲେ। ଏହାପରେ ୪୫ ମିନିଟ୍ ପର୍ଯ୍ୟନ୍ତ କେବଳ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ତାଙ୍କୁ ଲାଗିଥିଲା କି ପାଖାପାଖି ୫୦ଟି ଗୁଳି ତାଙ୍କୁ ମୁଣ୍ଡ ପରି ଦେଇ ଚାଲିଥିଲା। ଏସବୁ ଦୃଶ୍ୟ ଦେଖି ସେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/vlcsnap-2018-10-31-08h38m48s597-300x220.png)
/kanak/media/post_attachments/wp-content/uploads/2018/10/vlcsnap-2018-10-31-08h38m40s271-300x220.png)