କନକ ବ୍ୟୁରୋ: ବିଦେଶୀ ଜାଣିବେ ଓଡିଆ ଭାଷା । ଓଡିଆର ଭାବ, ଭାଷାକୁ ଏବେ ସହଜରେ ବୁଝିପାରିବେ ବିଦେଶରେ ରହୁଥିବା ଲୋକେ । ଭାଷାକୁ ନେଇ ଆଉ କୌଣସି ଦ୍ୱନ୍ଦ୍ୱ ରହିବନି । କାରଣ ଏଣିକି ଗୁଗୁଲରେ ଅନ୍ୟଭାଷା ଭଳି ଓଡିଆ ଭାଷାକୁ ଅନୁବାଦ କରିହେବ । ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଂଜିନ ଗୁଗୁଲ , ଗତବର୍ଷ ଓଡିଆ ଭାଷାକୁ ସାମିଲ କରିବା ନେଇ ସୂଚନା ଦେଇଥିଲା । ଆଉ ଏବେ ଗୁଗୁଲ ଟ୍ରାନ୍ସଲେଟରେ ଓଡିଆ ଭାଷା ଉପଲବ୍ଧ ହୋଇଛି । ଖୁବଶୀଗ୍ର ଗୁଗୁଲ ସର୍ଚ୍ଚ ଇଂଜିନରେ ମଧ୍ୟ ଓଡିଆ ଭାଷା ଉପଲବ୍ଧ ହେବ ।
ପୂର୍ବରୁ ଶହେରୁ ଅଧିକ ଭାଷାରେ ଅନୁବାଦ ଯୋଗାଇଆସୁଛି ଗୁଗୁଲ । ଏବେ ଏଥିରେ ସାମିଲ ହୋଇଛି ଓଡିଆ ଭାଷା । ଏଥିସହ ତାତର, ତୁର୍କମେନ୍, ଉଇଘୁର ଭାଷାକୁ ମଧ୍ୟ ଗୁଗୁଲ ଟ୍ରାନ୍ସଲେଟରେ ଅନୁବାଦ ସୁବିଧା ଉପଲବ୍ଧ ହୋଇଛି । ଗୁଗୁଲ ଟ୍ରାନ୍ସଲେଟରେ ଓଡିଆ ଭାଷା ସାମିଲ ହେବା ଫଳରେ ଭାରତରେ ପ୍ରଚଳିତ ହିନ୍ଦୀ, ଇଂରାଜୀ, ସ୍ପେନ୍ , ଜାପାନୀଜ୍ ଭଳି ବିଦେଶୀ ଭାଷାକୁ ଏବେ ଗୁଗୁଲ ଟ୍ରାନ୍ସଲେଟ୍ ମାଧ୍ୟମରେ ଓଡିଆକୁ ଅନୁବାଦ କରିପାରିବ ।
ସେହିପରି ଓଡିଆ ଭାଷାକୁ ମଧ୍ୟ ଇଂରାଜୀ, ହିନ୍ଦୀ, ସ୍ପେନ୍, ଆରବିକ୍ ଭାଷାକୁ ଅନୁବାଦ କରିହେବ । ଏହାଦ୍ୱାରା ବିଦେଶରେ ରହୁଥିବା ଓଡିଆ ସ୍ଥାନୀୟ ଭାଷାକୁ ସହଜରେ ବୁଝିପାରିବେ ଏବଂ ଅନ୍ୟକୁ ବୁଝାଇପାରିବେ । ଗୁଗୁଲ ଟ୍ରାନ୍ସଲେଟରେ ଏହି ୫ଟି ଭାଷା ସାମିଲ ହେବା ପରେ ବିଶ୍ୱର ପ୍ରାୟ ୭କୋଟି ୫୦ ଲକ୍ଷ ଲୋକ ସୁବିଧା ପାଇପାରିବେ ବୋଲି ଗୁଗୁଲ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/24-2.jpg)