ଦୁବାଇରେ ଫସିରହିଛନ୍ତି ୪୦ ଓଡିଆ ଶ୍ରମିକ: ଦରମା ସହ ଖାଇବାକୁ ଦିଆ ନଯାଇ ନିର୍ଯାତନା ଦିଆଯାଉଥିବା ଅଭିଯୋଗ

Advertisment
ଦୁବାଇରେ ଫସିରହିଛନ୍ତି ୪୦ ଓଡିଆ ଶ୍ରମିକ: ଦରମା ସହ ଖାଇବାକୁ ଦିଆ ନଯାଇ ନିର୍ଯାତନା ଦିଆଯାଉଥିବା ଅଭିଯୋଗ

କନକ ବ୍ୟୁରୋ: ଦୁବାଇରେ ଫସିରହିଛନ୍ତି ୪୦ ଜଣ ଓଡିଆ ଶ୍ରମିକ । ଗଞ୍ଜାମ ଖଲ୍ଲିକୋଟ ଅଚଂଳର ଏହି ଶ୍ରମିକମାନେ ୩ ମାସ ପୂର୍ବେ ଜଣେ ଏଜେଂଟ ଦ୍ୱାରା ପ୍ରଲୋଭିତ ହୋଇ ଦୁବାଇ ଯାଇଥିଲେ ସେଠାରେ ଶ୍ରମିକଙ୍କୁ ଠିକଭାବେ ଖାଇବାକୁ ଦିଆଯାଇନଥିଲା କି ଦରମା ଦିଆଯାଇନଥିଲା ।

publive-image

ଏପରିକି ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଦୀର୍ଘ ୩ ମାସ ଧରି ସେମାନଙ୍କୁ ପାରଶ୍ରମିକ ମିଳିନାହିଁ । ତେବେ ୟୁଏଇରେ ଥିବା ଓଡିଆ ସମାଜ ଏ ସମ୍ପର୍କରେ ଖବର ପାଇଁ ସହାୟତା ପାଇଁ ଉଦ୍ୟମ ଆରମ୍ଭ କରିଛି । ୟୁଏଇରେ ଥିବା ଭାରତୀୟ କନୁସେଟକୁ ଯୋଗାଯୋଗ କରାଯାଇଛି । ସେମାନଙ୍କୁ ଶୀଘ୍ର ଓଡିଶା ପଠାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe