କନକ ବ୍ୟୁରୋ: ଦୁବାଇରେ ଫସିରହିଛନ୍ତି ୪୦ ଜଣ ଓଡିଆ ଶ୍ରମିକ । ଗଞ୍ଜାମ ଖଲ୍ଲିକୋଟ ଅଚଂଳର ଏହି ଶ୍ରମିକମାନେ ୩ ମାସ ପୂର୍ବେ ଜଣେ ଏଜେଂଟ ଦ୍ୱାରା ପ୍ରଲୋଭିତ ହୋଇ ଦୁବାଇ ଯାଇଥିଲେ ସେଠାରେ ଶ୍ରମିକଙ୍କୁ ଠିକଭାବେ ଖାଇବାକୁ ଦିଆଯାଇନଥିଲା କି ଦରମା ଦିଆଯାଇନଥିଲା ।
ଏପରିକି ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଦୀର୍ଘ ୩ ମାସ ଧରି ସେମାନଙ୍କୁ ପାରଶ୍ରମିକ ମିଳିନାହିଁ । ତେବେ ୟୁଏଇରେ ଥିବା ଓଡିଆ ସମାଜ ଏ ସମ୍ପର୍କରେ ଖବର ପାଇଁ ସହାୟତା ପାଇଁ ଉଦ୍ୟମ ଆରମ୍ଭ କରିଛି । ୟୁଏଇରେ ଥିବା ଭାରତୀୟ କନୁସେଟକୁ ଯୋଗାଯୋଗ କରାଯାଇଛି । ସେମାନଙ୍କୁ ଶୀଘ୍ର ଓଡିଶା ପଠାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/DUBAI-LABOUR.jpg)
/kanak/media/post_attachments/wp-content/uploads/2019/03/vlcsnap-2019-03-12-08h18m28s690-300x220.png)