ସମୁଦ୍ର ଭିତରେ ମାଡିଆସୁଛନ୍ତି ମତ୍ସଜୀବୀ: ଚେନ୍ନାଇରୁ ୨ ଲକ୍ଷ ଟଙ୍କାର ବୋଟ ସମୁଦ୍ର ପଥରେ ଗଂଜାମ ଜିଲ୍ଳା ଅଭିମୁଖେ ବାହାରିଛନ୍ତି ୩୮ ଜଣ; ଗତ ୨୦ ତାରିଖରୁ ସମୁଦ୍ର ପଥ ଦେଇ ବାହାରିଥିବା ସୂଚନା

ସେପଟେ, ପଶ୍ଚିମବଙ୍ଗରୁ ଫେରିଥିବା ୪୫ ଜଣଙ୍କର ଏକ ତାଲିକା କୋରାପୁଟ ସିଡିଏମଓଙ୍କୁ ଦେଲେ ଏନଏଆରଏଚମ୍ ନିର୍ଦ୍ଦେଶିକା

1,016

କନକ ବ୍ୟୁରୋ: ସମୁଦ୍ର ଭିତରେ ମାଡିଆସୁଛନ୍ତି ମତ୍ସଜୀବୀ । ଚେନ୍ନାଇରୁ ବୋଟ କିଣି ସମୁଦ୍ର ପଥରେ ଗଂଜାମ ଜିଲ୍ଳା ଅଭିମୁଖେ ବାହାରିଛନ୍ତି ୩୮ ଜଣ । ମିଳିଥିବା ସୂଚନା ଅନୂସାରେ ତାଲାବନ୍ଦ କଟକଣା ଫଳରେ ଚେନ୍ନାଇରେ ଫସିରହିିଥିବା ଓଡିଶା ଓ ଆନ୍ଧ୍ରର ମତ୍ସଜୀବୀ ୨ ଳକ୍ଷ ଟଙ୍କାର ବୋଟ କିଣି ଗତ ୨୦ ତାରିଖରୁ ସମୁଦ୍ର ପଥ ଦେଇ ବାହାରିଛନ୍ତି ।

ପଲାସା ନିକଟରେ ସମୁଦ୍ରରେ ଏମାନେ ଅଟକି ରହିଥିବା ଜଣାପଡିଛି ଗଂଜାମ ଜିଲ୍ଲା ପାଟସୋନପୁର , ରାମାୟାପାଟଣା ଓ ଆନ୍ଧ୍ରପ୍ରଦେଶ ଡୋଙ୍କୁରର ୬ ଜଣ ମତ୍ସଜୀବୀ ଏହିଭଳି ସମୁଦ୍ରରେ ବିପଦ ସଂକୁଳ ଯାତ୍ରା ଆରମ୍ଭ କରିଛନ୍ତି । କିଛି ଦିନ ତଳେ ତାମିଲନାଡୁର ଚେନ୍ନାଇରୁ ୨୭ ଜଣ ମତ୍ସଜୀବୀ ଦେଢ ଲକ୍ଷରର ଅଧିକ ଟଙ୍କାର ଏକ ବୋଟ କିଣି ଆନ୍ଧ୍ରପ୍ରଦେଶର ଇଚ୍ଚାପୁରମ ସମୁଦ୍ରରେ ପହଚିଂଥିବାର ସୂଚନା ଦେଉଥିଲୁ । କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ କଟକଣା ଲାଗୁହୋଇଥିବା ବେଳେ ନିଜ ଘରକୁ ଫେରିବା ପାଇଁ ଏହିଭଳି ବାଟ ଆପଣାଉଛନ୍ତି ।

ସେପଟେ, ଫୋନ ଟ୍ରାକିଂ କରି ପଶ୍ଚିମବଙ୍ଗରୁ କେଉଁମାନେ କୋରାପୁଟ ଆସିଛନ୍ତି, ସେ ବାବଦରେ ଚିଠି ଲେଖି କୋରାପୁଟ ସିଡିଏମଓଙ୍କୁ ଅବଗତ କରାଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିିକା ସାଳିନୀ ପଣ୍ଡିତ । ଏମାନଙ୍କ ବିଏସଏନଲ ନେମ୍ବରକୁ ଟ୍ରାକ କରିବା ପରେ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡିଛି । ୪୫ ଜଣଙ୍କର ଏକ ତାଲିକା ସିଡିଏମଓଙ୍କୁ ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିିକା । ତେବେ ଏମାନଙ୍କୁ ତୁରନ୍ତ ଠାବ କରି ସଂଗରୋଧରେ ରଖିବା ସହ ନମୂନା ସଂଗ୍ରହ କରି କରୋନା ପରୀକ୍ଷା କରିବାକୁ କୁହାଯାଇଛି ।