କନକ ବ୍ୟୁରୋ : ଓମାନରେ ଫସିରହିଛନ୍ତି ଓଡିଆ । କାମ କରିବାକୁ ଯାଇ ଏମାନେ ସେଠାରେ ଫସିରହିଥିବା ଜଣାଯାଇଛି । ଏମାନଙ୍କୁ ଖୁବଶୀଘ୍ର ଓଡିଶା ଫେରାଇ ଅଣାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏମାନଙ୍କୁ ଫେରାଇ ଅଣାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତମାନ ସୁଦ୍ଧା ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଓମାନରେ ସେମାନଙ୍କ ଭିସା ସରିଯାଇଛି । ଓମାନ ଡଲଫିନ ଟେଡିଙ୍ଗ କମ୍ପାନୀରେ ସେମାନଙ୍କୁ ବିନା କାମ ଓ ବିନା ଦରମାରେ ରହିବାକୁ ପଡୁଛି । ତେଣୁ ଖୁବଶୀଘ୍ର ଉଦ୍ଧାର ପାଇଁ ସେମାନେ ନିବେଦନ କରିଛନ୍ତି ।

Advertisment