ସରିନି କରୋନା ଦୁଃଖ: ବାହାର ରାଜ୍ୟ ମୁହାଁ ହେଲେଣି ହଟସ୍ପଟ ଜିଲ୍ଲାର ଶ୍ରମିକ; ଝାରୁସୁଗୁଡାରୁ ସୁରଟକୁ ଟ୍ରେନରେ ଗଲେ ଗଞ୍ଜାମ ଫେରନ୍ତା

1,800

କନକ ବ୍ୟୁରୋ: ସରିନି କରୋନା ଦୁଃଖ । ବାହାର ରାଜ୍ୟ ମୁହାଁ ହେଲେଣି ହଟସ୍ପଟ ଜିଲ୍ଲାର ଶ୍ରମିକ । ଝାରୁସୁଗୁଡାରୁ ସୁରଟକୁ ଟ୍ରେନରେ ଗଲେ ଗଞ୍ଜାମ ଫେରନ୍ତା । ସୂଚନା ଅନୁସାରେ ଶେରଗଡ ବ୍ଲକର ୨୭ଜଣ ଶ୍ରମିକ ସୁରଟ ଯିବା ପାଇଁ ବସରେ ଆସି ଝାରସୁଗୁଡା ରେଳ ଷ୍ଟେସନ ନିକଟରେ ପହଁଚିଥିଲେ । ଚାଲି ଚାଲି ଷ୍ଟେସନକୁ ଯିବା ବେଳେ ଉପଜିଲ୍ଲାପାଳ ସେମାନଙ୍କୁ ଦେଖି ପଚରା ଉଚରା କରିଥିଲେ ।

ସେମାନଙ୍କ ଅଭିଯୋଗ ଶୁଣିବା ପରେ ସେମାନଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା କରିଥିଲେ । ଟ୍ରେନରେ ଯେପରି ସେମାନେ କାହା ସଂସ୍ପର୍ଶରେ ନଆସି ଯାତ୍ରା କରିବେ ସେନେଇ ବନ୍ଦୋବସ୍ତ କରିଥିଲେ । ଗଂଜାମ ଜିଲ୍ଲାରୁ ୪୦୦ କିମି ଯାତ୍ରା କରି ଝାରସୁଗୁଡା ଆସିବା ପରେ ଏହି ପ୍ରବାସୀ ଶ୍ରମିକ ପୁଣି ଆରମ୍ଭ କରିଛନ୍ତି ସୁରଟ ଯାତ୍ରା । ଅନଲକ୍ ୨ ସମୟରେ ଶ୍ରମିକ ଏବେ ପୁଣି ସୁରଟ ମୁହାଁ ହେଲେଣି ।