ଓଡ଼ିଶାର କୁନି ବୈଜ୍ଞାନିକ । ନାସାର ଜୁନିୟର ଡାଟା ସାଇଣ୍ଟିଷ୍ଟ୍ ଭାବେ ମନୋନିତ ହେଲେ ବାରିପଦାର ନବମ ଶ୍ରେଣୀ ଛାତ୍ର । ସଫଳତାକୁ ନେଇ ଛୁଟୁଛି ଶୁଭେଚ୍ଛାର ସୁଅ ।

Advertisment

କନକ ବ୍ୟୁରୋ: ବାସ୍ତବିକ ମଣିଷର ଚେଷ୍ଟା ଓ ଇଚ୍ଛା ଶକ୍ତି ରହିଲେ ସବୁ ଅସାଧ୍ୟ କାମକୁ ବି ସଫଳତାର ସହ ହାସଲ କରି ହୁଏ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ନବମ ଶ୍ରେଣୀର ଛାତ୍ର । ତାଙ୍କର ଇଚ୍ଛା ଓ ଚେଷ୍ଟା ବଳରେ ନାସାର ଜଣେ ଡାଟା ସାଇଂଟିଷ୍ଟ ଭାବେ କାର୍ଯ୍ୟ କରିବା ପାଇଁ ମନୋନିତ ହୋଇପାରିଛନ୍ତି । ନାସା ପାଖରୁ ୧୦ କୋଟି ଟଙ୍କାର ବଣ୍ଡ ସାଙ୍ଗକୁ ଚଳିତ ଶିକ୍ଷା ବର୍ଷଠାରୁ ୨୮ବର୍ଷ ଯାଏଁ ପ୍ରତିମାସ ୧୦ହଜାର ଟଙ୍କାର ଛାତ୍ର ବୃତି ପାଇବାକୁ ମନୋନିତ ହୋଇଛନ୍ତି  ବାରିପଦାର କୁନି ବୈଜ୍ଞାନିକ ସୁମିତ୍ ସାହୁ ।

publive-imageମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ଦାରୋଗାଡାହି ଅଞ୍ଚଳର ସୁମିତ ସାହୁ । ଯିଏ କି ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ଛାତ୍ର । ଏବେ ସୁମିତ ନାସା (ନ୍ୟାସନାଲ ଏରୋନଟିକସ୍ ସ୍ପେସ ଆଡମିନିଷ୍ଟ୍ରେସନ)ରେ ଡାଟା ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟ କରିବାକୁ ଚୟନ ହୋଇଛନ୍ତି । ସେ ପ୍ରଥମେ ଗତ ଜୁଲାଇ ମାସରେ ନାସା ଟେକ୍ନୋଲୋଜି ତରଫରୁ ଡାଟା ସାଇଣ୍ଟିଷ୍ଟ ଭାବେ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେଇ ରାଜ୍ୟସ୍ତରୀୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ  । ଏହାପେର ୧୨ ଅଗଷ୍ଟରେ ଭୂବନେଶ୍ୱର ଠାରେ ସର୍ବଭାରତୀୟ ସ୍ତରରେ ପରୀକ୍ଷା ଦେଇ ପ୍ରଥମସ୍ଥାନ ଅଧିକାର କରିଥିଲେ , ପରେ ଅଗଷ୍ଟ ୩୧ରେ ଦିଲ୍ଲୀ ଅର୍ନ୍ତଜାତୀୟ ସ୍ତରରେ ପରୀକ୍ଷା ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଏହି କୃତୀତ୍ୱ ହାସଲ କରିଛନ୍ତି । ତୁଳସୀ ଦୁଇପତ୍ରରୁ ବାସିବା ଭଳି ପିଲାଦିନୁ ସୁମିତର କାର୍ଯ୍ୟ କାଳାପ ଚତୁରତା ଓ ଏକାଗ୍ରତାକୁ ଲକ୍ଷ୍ୟ କରି ସୁମିତଙ୍କ ମା ତନୁଜା ସାହୁ ଯାଣିପାରିଥିଲେ କି ;  ତାଙ୍କ ପୁଅ ପାଖରେ କିଛି ବିଶେଷ ଗୁଣ ରହିଛି  । ବାପା ବିଦେଶରେ ଚାକିରି କରିଥିବା ବେଳେ ମା ତନୁଜା ତାଙ୍କୁ ସବୁ ସମୟରେ ଆଗକୁ ଯିବାର ରାସ୍ତା ଦେଖାଉଥିବା ବେଳେ ସୁମିତଙ୍କୁ ପିଲାଦିନୁ ଟ୍ୟୁସନ ପଢ଼ାଉଥିବା ସାର ମାନେ ମଧ୍ୟ ଖୁବ୍ ଆଶାବାଦୀ ଅଛନ୍ତି ।

publive-imageମାତ୍ର ୧୪ ବର୍ଷ ବୟସରେ ସେ ଏହି ପଦବୀ ପାଇବା ପାଇଁ କିଭଳି ଭାବେ ଯୋଗ୍ୟ ବିବେଚିତ ହେଲେ ତାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଏବଂ ତାଙ୍କର ବିଦ୍ୟାଳୟ ସାଙ୍ଗ ସାଥୀ ତଥା ସମ୍ପର୍କିୟ ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଭବିଷତରେ ଦେଶ ସେବା କରିବା ସହ ନାସାରେ ଯାଇ ଦେଶର ନାଁ ରଖିବାର ଆଶା ରଖିଥିବା ସୁମିତ ମ୍ୟାଟ୍ରିକ ପରୀକ୍ଷାରେ ୬୧ ପ୍ରତିଶତରୁ ଉଦ୍ଧ୍ୱର୍ ମାର୍କ ରଖି ପାସ କଲେ ଆମେରିକାର ଟକ୍ସିଲା ବିଶ୍ୱବିଦ୍ୟାଳୟରେ ବିନା ମୂଲ୍ୟରେ ପାଠ ପଢ଼ିବାର ସୁଯୋଗ ପାଇବା ସହ ପଢ଼ା ଶେଷ ପରେ ସିଧାସଳଖ ଯାଇ ନାସାର ମୁଖ୍ୟ ଡାଟା ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟ କରିବେ  । ଏହା ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe