ତ୍ରିପୁରାରେ ସହିଦ ହେଲେ ଓଡିଆ ଯବାନ । ଖବର ମିଳିବା ପରେ ଯବାନଙ୍କ ଗାଁରେ କାନ୍ଦବୋବାଳି ।

Advertisment
ତ୍ରିପୁରାରେ ସହିଦ ହେଲେ ଓଡିଆ ଯବାନ । ଖବର ମିଳିବା ପରେ ଯବାନଙ୍କ ଗାଁରେ କାନ୍ଦବୋବାଳି ।

କନକ ବ୍ୟୁରୋ: ତ୍ରିପୁରାରେ ସହିଦ ହେଲେ ଓଡିଆ ଯବାନ । ସୀମା ସୁରକ୍ଷା ବାହିନୀ (ବିଏସଏଫ୍‌)ର ଓଡିଆ ଯବାନ ତ୍ରିପୁରାରେ ସହିଦ ହୋଇଛନ୍ତି । ତେହେ ସହିଦ ଯବାନଙ୍କ ନାମ ଇଶ୍ୱର ବେହେରା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ନିବାସୀ ଈଶ୍ୱର ଚନ୍ଦ୍ର ଦୋରା ୨୦୦୯ ମସିହାରେ ବିଏସଏଫରେ ଯୋଗ ଦେଇଥିଲେ। ସେ ତ୍ରିପୁରା ସୀମାରେ କାର୍ଯ୍ୟରତ ଥିଲେ। ରାତିରେ ଡ୍ୟୁଟିରେ ଯାଇଥିବା ବେଳେ ତାଙ୍କର ମରଶରୀର ସକାଳୁ ଉଦ୍ଧାର ହୋଇଥିଲା। ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ପରିବାର‌ ଲୋକଙ୍କୁ ଅବଗତ କରାଯାଇଛି। ଏହି ଖବର ମିଳିଲା ପରେ ସହିଦ ଯବାନଙ୍କ ଘରେ କାନ୍ଦବୋବାଳିରେ ଫାଟିପଡୁଛି । ଗାଁରେ ଶୋକାକୁଳ ପରିବେଶ ଦେଖାଯାଇଛି। ପାର୍ଥିବ ଶରୀର ଆସିବାକୁ ଅପେକ୍ଷା କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe