ସିକ୍କିମରେ ଦୁର୍ଘଟଣାରେ ଓଡ଼ିଆ ଯବାନ ଯଜ୍ଞ ନାରାୟଣ କରଙ୍କ ମୃତ୍ୟୁ : ବାପା, ମାଆ ଓ ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ

Advertisment
ସିକ୍କିମରେ ଦୁର୍ଘଟଣାରେ ଓଡ଼ିଆ ଯବାନ ଯଜ୍ଞ ନାରାୟଣ କରଙ୍କ ମୃତ୍ୟୁ : ବାପା, ମାଆ ଓ ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ

କନକ ବ୍ୟୁରୋ : ଦୁର୍ଘଟଣାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ । ସିକ୍କିମର ନାଥୁଲା ସେକ୍ଟରରେ ରବିବାର ଘଟିଥିବା ଦୁର୍ଘଟଣାରେ ୪ ଜଣ ଯବାନ ଓ ଜଣେ ନାବାଳଙ୍କ ମୃତ୍ୟୁ ଘଟିଥିଲା । ଏମାନଙ୍କ ମଧ୍ୟରେ ଓଡ଼ିଆ ଅଛନ୍ତି ଯବାନ ଯଜ୍ଞ ନାରାୟଣ କର । ତାଙ୍କ ଘର ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା ଗାଁରେ । ଏହି ଖବର ପହଂଚିବା ପରେ ଘରେ କାନ୍ଦ ବୋବାଳି ପଡ଼ିଛି ।

ଯଜ୍ଞଙ୍କ ବାପା, ମାଆ ଓ ସ୍ତ୍ରୀଙ୍କ ଆଖିରୁ ଲୂହ ଶୁଖୁନି । ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି ବାପା ମାଆ । ଗତବର୍ଷ ଯଜ୍ଞଙ୍କ ବିବାହ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ଖବର ପରେ କାନ୍ଦି ଚାଲିଛନ୍ତି ସ୍ତ୍ରୀ । ଯଜ୍ଞଙ୍କ ମୃତ୍ୟୁ ଖବର ପରେ ପୁରା ଗାଁରେ ଏବେ ଶୋକର ପରିବେଶ । ମୃତଦେହ ଗାଁରେ ପହଂଚିବା ପରେ ଏଠାରେ ସଂସ୍କାର କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe