୨୦୧୫ରେ ଅଭାବୀଜିଲ୍ଲା ଭାବେ ବଦନାମ ହୋଇଥିଲା ନବରଙ୍ଗପୁର । କାଜୁ ଚାଷ, ଓ ପୋଖରୀ ନିର୍ମାଣ କରି ୪ ବର୍ଷରେ ଦାରିଦ୍ର‌୍ୟକୁ ଦୂର କଲେ ଓଡ଼ିଆ ଆଇଏଏସ ।

768

କନକ ବ୍ୟୁରୋ:  କଥାରେ ଅଛି ଜଣେ ବଣିଆ ହିଁ ପ୍ରକୃତ ସୁନାକୁ ପରଖି ପାରେ ଆଉ ତା ମୂଲ କ’ଣ ହେବ ସେ ହିଁ ତାର ଜବାବ ଦେଇପାରେ । ୨୦୧୫ରେ ଭାରତର ସବୁଠାରୁ ଅଭାବଗ୍ରସ୍ତ ଜିଲ୍ଲା ବା ‘ଜିରୋ ଡିଷ୍ଟ୍ରିଟ୍’କୁ ନେଇ ୟୁଏସ-ଭାରତ ପଲିସି ଇଂଷ୍ଟିଚ୍ୟଟ୍ ତରଫରୁ ଏକ ସର୍ଭେ କରାଯାଇଥିଲା । ଆଉ ଦେଶର ସବୁଠାରୁ ପଛୁଆ ଜିଲ୍ଲା ବା ଜିରୋ-ଡିଷ୍ଟ୍ରିଟ୍ ଭାବେ ଓଡ଼ିଶାର ନବରଙ୍ଗପୁର ତୃତୀୟ ସ୍ଥାନରେ ରହିଥିଲା । କିନ୍ତୁ ଏହା ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ କରିନଥିଲା । କାରଣ ସେଠାରେ ସେତେବେଳର ସ୍ଥିତି ତାଙ୍କ ଜିଲ୍ଲାକୁ ମିଳିଥିବା ଟ୍ୟାଗ୍ ଚିନ୍ତିତ କରିନଥିଲା । ଏହାର ଆଉ ଏକ କାରଣ ଥିଲା ଯେ, ପାଖାପାଖି ୯୫ ପ୍ରତିଶତ ଦକ୍ଷିଣ-ପଶ୍ଚିମ ଓଡ଼ିଆ ଲୋକମାନେ ରାସନ କାର୍ଡଧାରୀ ଥିଲେ । ତେଣୁ ସେମାନଙ୍କୁ ୨୫ କିଲୋ ଚାଉଳ ମିଳିଯାଉଥିଲା ଯେଉଁଥିରେ ତାଙ୍କ ପେଟ ପୁରିଯାଉଥିଲା । କିନ୍ତୁ ଗୋଟେ ଉତ୍ତମ ଜୀବନଶୌଳୀ ପାଇଁ ସେମାନେ ସଂଘର୍ଷ କରୁଥିଲେ ।

ସେପଟେ ନବରଙ୍ଗପୁର ଜିଲ୍ଲାର ବରଦାନ ପାଲଟି ୨୦୧୫ ଅଗଷ୍ଟ ମାସରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିଲେ ରଶ୍ମିତା ପଣ୍ଡା । ଆଉ ତାଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଯେ, ସବୁଠାରୁ ଅଭାବିଗ୍ରସ୍ତ ଜିଲ୍ଲାରେ ମୂଳତ ସ୍ୱସ୍ଥ୍ୟ, ଜୀବନଜୀବୀକା ଓ କୃଷି ଭିତ୍ତିଭୂମି କ୍ଷେତ୍ରର ବିକାଶ କରିବା । ତେଣୁ କାଜୁ ଚାଷକୁ ବେଶ୍ ଗୁରୁତ୍ୱ ଦେଇଥିଲେ ରଶ୍ମିତା । କାରଣ ୧୯୭୦ରୁ ୯୦ ମସିହା ମଧ୍ୟରେ ଓଡ଼ିଶାରେ ପାଖାପାଖି ୧୮ ହଜାର ହେକ୍ଟର ଜମିରେ କାଜୁ ଚାଷ କରାଯାଉଥିଲା । ଏପରିକି ଦେଶକୁ ଏହି କାଜୁ ଚାଷରେ ପୂର୍ବ-ଭାରତର ରାଜ୍ୟ ଗୁଡ଼ିକର ବଡ଼ ଭୂମିକା ରହିଥିଲା । କିନ୍ତୁ ଧିରେ ଧିରେ ଏହି ଚାଷକୁ ଭୁଲି ଯାଇଥିବା ଚାଷୀଙ୍କୁ କିଭଳି ପୁଣି ସେଇ ଚାଷ କରିବାନେଇ ବୁଝାଇବେ ତାହା ତାଙ୍କ ପାଇଁ ଏତେ ସହଜ ନଥିଲା । ଏହାର ପ୍ରମୁଖ କାରଣ ଥିଲା ୨୦୦୪-୨୦୦୫ ମଧ୍ୟରେ ରାଜ୍ୟ ସରକାର ଏହି କାଜୁ ଚାଷରୁ ମାତ୍ର ୧କୋଟି ୮୦ ଲକ୍ଷ ଟଙ୍କା ରାଜ୍ୱସ ପାଉଥିଲେ । ତେଣୁ ଏହାକୁ ବୃଦ୍ଧି କରିବା ଏବଂ ସେମାନଙ୍କ ପାଇଁ ରୋଜଗାରର ଅନ୍ୟ ଏକ ଜରିଆ ବାହାର କରିଥିଲେ ରଶ୍ମିତା ।

ନବରଙ୍ଗପୁର ଜିଲ୍ଲାରେ ପାଖାପାଖି ୩୦ ପ୍ରତିଶତ ଚାଷ ଜମିରେ ଯେଉଁଠି ଧାନ କିମ୍ବା ମକା ଚାଷ ସମ୍ଭବ ହେଲା ନାହିଁ ସେଠି ଚାଷୀଙ୍କ ସହାୟତାରେ କାଜୁ ଚାଷ ଆରମ୍ଭ ହେଲା । ଆଉ ସବୁଠାରୁ ବଡ଼କଥା ହେଲା କି, ସେଠାରେ ସ୍ୱାଭାବିକ ବର୍ଷା, ପାଣିପାଗ  କାଜୁ ଚାଷ ପାଇଁ ସବୁଠାରୁ ଉତ୍ତମ ଥିଲା । ତେଣୁ ଗରୀବ ଶ୍ରେଣୀର ଚାଷୀମାନଙ୍କୁ ଏହାକୁ ପାରମ୍ପାରିକ ଚାଷ ଭାବେ ଉପସ୍ଥାପନା କରିବାକୁ ପ୍ରୟାସ କରାଗଲା । ସରକାରଙ୍କ ବିଭିନ୍ନ ଯୋଜନରେ ସରକାରୀ ଅଦକାରୀ ଜମି ଗୁଡ଼ିକୁ ବିଭିନ୍ନ ଏଜେନ୍ସି ଗୁଡ଼ିକୁ ଦିଆଗଲା । ଯେଉଁଥିରେ ଭୂମିହୀନ ଚାଷୀଙ୍କୁ ଏହି ସରକାରୀ ଅଦରକାରୀ ଜମି ଗୁଡ଼ିକ ପ୍ରଦାନ କରାଗଲା । ଆଉ ସେମାନେ ପ୍ରତି ଏକର ଜମିରେ ୭୦-୮୦ କାଜୁ ଚାରା ରୋପଣ କରିଲେ । ଏହାପରେ ସେମାନଙ୍କୁ ଏହି କାଜୁ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ କାଜୁ ଚାରା ମାଗଣାରେ ପ୍ରଦାନ କଲେ ରାଜ୍ୟ ସରକାର ।

ଏହାପରେ ଫଳମୁତାବକ ଗୋଟିଏ କାଜୁ ଗଛରୁ ପାଖାପାଖି ୧୨ରୁ୧୫ କେ.ଜି କାଜୁ ମିଳିପାରିଲା । ଯାହାର ବଜାରରେ ମୁଲ୍ୟ ଥିଲା ୧୨୦-୧୩୦ ଟଙ୍କା । କିଛି ଦିନ ମଧ୍ୟରେ ଏହି ଚାଷ ଦ୍ୱାରା ଚାଷୀମାନଙ୍କ ରୋଜଗାରେ ଉନ୍ନତି ଆଣିପାରିଲା । ପୂର୍ବତନ ଉନ୍ନୟନ କମିଶନର ଆର.ବାଲକ୍ରୀଷ୍ଣନ୍ ସେତେବେଳେ ନବରଙ୍ଗପୁର ଜିଲ୍ଲାର ନୋଡ଼ାଳ ଅଫିସର ଭାବେ ନିଯୁକ୍ତି ହୋଇଥିଲେ । ଯାହାକି ଏହି ଚାଷ ଏବଂ ଏଭଳି କାର୍ଯ୍ୟ ପାଇଁ ତାଙ୍କ ଠାରୁ ବେଶ୍ ସମର୍ଥନ ମିଳିଥିଲା । ତେଣୁ ସ୍ଥାନୀୟ କୃଷକ ସାଥୀଙ୍କ ସହାୟତାରେ ଘର ଘର ବୁଲି ଅଦରକାରୀ ଜମି ଗୁଡ଼ିରେ ଏହି କାଜୁ ଚାଷ କରିବାକୁ ବୁଝାଇଥିଲୁ । ଯେିଁଥିରେ ସେମାନଙ୍କୁ ଅତିରିକ୍ତ ରୋଜଗାର ଏକ ଜରିଆ ହୋଇପାରିବ । ଅନେକ ବୈଠକ  ଅନେକ ଆଲୋଚନା ବୁଝାଇବା ପରେ ବିଭିନ୍ନ ଚାଷୀମାନେ ଏହି କାଜୁ ଚାଷ ପ୍ରତି ଆକୃଷ୍ଟ ହୋଇଥିଲେ ବୋଲି ରଶ୍ମିତା କହିଛନ୍ତି ।

ସେପଟେ ଏହି ଅଦକାରୀ ଚାଷ ଜମି ଗୁଡ଼ିକୁ କାଜୁ ଚାଷ ଉପଯୋଗୀ କରିବା ପାଇଁ ସେଠରେ ବିଦ୍ୟୁତ୍ ସଂଯୋଗୀ କରଣ ସହ ପ୍ରତି ଜମି ପାଇଁ ନୂଆ ନଳକୂପ ସ୍ଥାପନ କରଗଲା । ଯାହାଫଳରେ ୨୦୧୫ରୁ ୨୦୧୭ ମଧ୍ୟରେ ପାଖାପାଖି ୧୩ ହଜାର ହେକ୍ଟର ଜମିରେ ଏହି କାଜୁ ଚାଷ ସଫଳତା ପାଇଲା । କେବଳ ନବରଙ୍ଗପୁରରେ ନୁହେଁ ବରଂ ରାଜ୍ୟର ଅନ୍ୟ ୯ଟି ଜିଲ୍ଲାରେ ମଧ୍ୟ ଏହି ଚାଷରେ ଅଭିବୃଦ୍ଧି ଘଟିଲା । ଅନ୍ୟପଟେ ୨୦୧୭ ଏହି ଜିଲ୍ଲାର ଚଷୀମାନଙ୍କ ପାଇଁ ରବି ଫସଲରେ ପନିପରିବା ଚାଷର ଅଭିବୃଦ୍ଧି ପାଇଁ ୨୫ ଫୁଟ ଚଉଡ଼ା ଏବଂ ୧୭ ଫୁଟ ଗଭୀରର ୧୧୩ଟି କୂପର ନିର୍ମାଣ କରାଯାଇଥିଲା । ଏହାସହ ୧ ହଜାର ୩୫୪ଟି ପୋଖରୀ , ଅତିରିକ୍ତ ୧୪୦ଟି ଜେକ୍ ଡ୍ୟାମ୍ ଚାଷୀଙ୍କ ଉନ୍ନତି ପାଇଁ ମଧ୍ୟ ନିର୍ମାଣ କରାଯାଇଥିଲା । ଯାହାକି ପାଖାପାଖି ୧ ହଜାର ୯୨୦ ହେକ୍ଟର ଜମିକୁ ଚାଷ କ୍ଷେତ୍ରରେ ସହାୟତା କରୁଥିଲା ।

ଏତିକିରେ ରଶ୍ମିତାଙ୍କ ଲକ୍ଷ୍ୟ ଶେଷ ହୋଇନଥିଲା ବରଂ ନବରଙ୍ଗୁପର ଜିଲ୍ଲାବାସୀଙ୍କ ପାଇଁ ୨୫ଟି ଡିଜିଟାଲ୍ ଡାକ୍ତରଖାନା ନିର୍ମାଣ କରିବା ତାଙ୍କ ପାଇଁ ସବୁଠାରୁ ଗୌରାବନ୍ୱିତ କାର୍ଯ୍ୟ ବୋଲି କହିଛନ୍ତି ଆଇଏଏସ ରଶ୍ମିତା ପଣ୍ଡା । ଏହାସହ ୪୯ଟି ପିଏଚସି ନିର୍ମାଣ କରିଥିଲେ । ଯେଉଁଠି ସ୍ୱାସ୍ଥ୍ୟ ସେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ସେଠାରେ ସ୍ଥାନୀୟ ଲୋକମାନଙ୍କ ସ୍ୱାସ୍ଥ୍ୟସେବାରେ ମଧ୍ୟ ଉନ୍ନତି ଆଣିବାରେ ସଫଳ ହୋଇଥଲେ ବୋଲି କହିଛନ୍ତି ରଶ୍ମିତା । ପରେ ପରେ ଏଠାରେ ନବମ-ଦଶମ ଶ୍ରେଣୀ ଠାରୁ ପିଲାମାନଙ୍କୁ ବିଭିନ୍ନ ସେକ୍ଟରରେ କୁଶଳୀ ତାଲିମ ପ୍ରଦାନ କରାଗଲା । ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସେଚନ ଏବଂ ଜୀବିକା ଭଳି କ୍ଷେତ୍ରରେ ସେମାନଙ୍କୁ ଏହି ଶ୍ରେଣୀରୁ ତାଲିମ କରାଗଲା ।  ଫଳରେ ୧୦ଟି ବ୍ଲକରେ ବିଭକ୍ତ ହୋଇଥିବା ଏହି ଜିଲ୍ଲାରେ ଏହିସବୁ କ୍ଷେତ୍ରକୁ ଗୁରୁତ୍ୱ ଦେଇ କାର୍ଯ୍ୟ ଆଗେଇ ଚାଲିଲା । ଆଉ ୨୦୧୯ ଫେବୃୟାରୀ ଅଥବା ୪ ବର୍ଷ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଅତି ଚମକ୍ରାର ସଫଳତା ପାଇପାରିଛି ।

ସେପଟେ ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ବଦଳି ହୋଇଛି । ୨୦୧୫ରେ ଜିଲ୍ଲାପାଳ ରୂପେ ଦାୟୀତ୍ୱ ଗ୍ରହଣ କରି ଜିଲ୍ଲାକୁ “ଜିରୋ ଡିଷ୍ଟ୍ରିଟ”ରୁ ପରିବର୍ତ୍ତନ କରି ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେଇପାରିଥିଲେ । ଏଥିପାଇଁ ରାଜ୍ୟ ସରକାରଙ୍କ ଠାରୁ ଚାରି ଚାରି ଥର ପୁରଷ୍କୃତ ହୋଇଥିଲେ । ସେହିଭଳି “ବେଷ୍ଟ ରିହାବିଲ୍ଟେଡ ଇନ୍ ସୋସିଆଲ୍ ସେକ୍ୟୁରିଟି”, ”ସର୍ବଶ୍ରେଷ୍ଠ ଜେଡ୍ କେଏସ୍ ଏସ୍ ”ପୁରଷ୍କାର ଓ “ବେଷ୍ଟ ଇମର୍ପୁଭ ଡିଷ୍ଟିଟ(ଏମ୍ ଏସ୍ ଏଇ) ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରଷ୍କୃତ ହୋଇଥିଲେ ରଶ୍ମିତା ପଣ୍ଡା ।