ରାଜକୁନ୍ଦ୍ରାଙ୍କ ଫିଲ୍ମରେ ଅଭିନୟ କରି ଚର୍ଚ୍ଚାରେ ଓଡ଼ିଆ ହିରୋ ସେକ୍ସସ୍ପିୟର ତ୍ରିପାଠୀ,କହିଲେ, ଫିଲ୍ମରେ ନାହିଁ କୌଣସି ଅସୁବିଧା, ପରବର୍ତୀ ସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ

1,408

କନକ ବ୍ୟୁରୋ :  ଅଶ୍ଳୀଳ  ସିନେମା ବନାଇ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ, ଏବେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା । ପତ୍ନୀ ତଥା ବଲିଉଡ ବିଶିଷ୍ଟ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ ପୋଲିସର ଜେରାବେଳେ କାନ୍ଦି ପକାଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏହି ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏବେ ଏହାର ଓଡିଶା କନେକସନକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

ସେକ୍ସପିୟର ତ୍ରିପାଠୀ ଲୋକପ୍ରିୟ ଓଟିଟି ପ୍ଳାଟଫର୍ମ ହଟସଟ୍ରେ ପ୍ରସାରିତ ହେଉଥିବା ଦୁଇଟି ଆଡଲ୍ଟ ମୁଭିରେ ଅଭିନୟ କରିଛନ୍ତି ଏହି ଓଡିଆ ହିରୋ । ପେଜ୍ ଥ୍ରୀ ଓ ସୁର୍ତାଲ । ପେଜ୍ ଥ୍ରୀ ଏକ ରୋମାଂଟିକ୍ ଫିଲ୍ମ ହୋଇଥିବାବେଳେ, ସୁରତାଲରେ ଏକ ନୃତ୍ୟ ପ୍ରଶିକ୍ଷକ ଭାବରେ ଅଭିନୟ କରିଛନ୍ତିି । ଗଣମାଧ୍ୟମ ସହ ସାକ୍ଷାତକାରରେ ସେକସପିୟର କହିଛନ୍ତିି, ଏହି ଦୁଇଟି ଯାକ ଫିଲ୍ମରେ କୌଣସି ଅଶ୍ଳୀଳ ଦୃଶ୍ୟ ନଥିଲା, ଏବଂ ସେ ଜାଣି ବି ନଥିଲେ ଏହା ବେଆଇନ ବୋଲି ।

 ସେକସପିୟରଙ୍କ ସିନେମା ପ୍ରତି ରୁଚି ସେତେବେଳେ ବଢ଼ିଥିଲା ଯେତେବେଳେ ତାଙ୍କ ଭଉଣୀ ଲେସଲି ତ୍ରିପାଠୀ ଆଲବମ ଓ ସିନେମା ଜଗତରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ମୁମ୍ବାଇରେ ରହି ବଲିଉଡ୍ରେ ସୁଯୋଗ ଖୋଜୁଥିବା ସେକସପିୟର ରାଜ କୁନ୍ଦ୍ରାଙ୍କ ଫିଲ୍ମରେ କାମ କରିବା ପାଇଁ ଅଫର ପାଇଥିଲେ ।