ପଦ୍ମ ପୁରସ୍କାର ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ପ୍ରମୋଦ । ସହଯୋଗ ପାଇଁ ରାଜ୍ୟବାସୀଙ୍କୁ ଦେଲେ ଧନ୍ୟବାଦ ।

89

କନକ ବ୍ୟୁରୋ : ସୁନା ପୁଅ ପ୍ରମୋଦ ଭଗତ ପାଇବେ ପଦ୍ମ ପୁରସ୍କାର । ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ୨୦୨୨ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା ହେବା ପରେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ଓଡ଼ିଆ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ । ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଥିବାରୁ ଅତ୍ୟନ୍ତ ଖୁସି ଥିବା କହିଛନ୍ତି ପ୍ରମୋଦ । କହିଛନ୍ତି, ‘ମୋତେ ସହଯୋଗ କରିଥିବା ସମସ୍ତ ଓଡ଼ିଶାବାସୀଙ୍କୁ ଧନ୍ୟବାଦ । ଓଡ଼ିଶାବାସୀ ସମର୍ଥନ ଦେଉଥାନ୍ତୁ, ଆଗକୁ ଆହୁରି ଗୌରବ ଆଣିବି । ଓଡ଼ିଶା ସରକାର ଆରମ୍ଭରୁ ଶେଷ ଯାଏଁ ସହଯୋଗ କରିଛନ୍ତି ।’

ତେବେ ପୂର୍ବରୁ ପ୍ରମୋଦଙ୍କୁ ମିଳିଥିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ପ୍ରମୋଦ । ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୋଦଙ୍କୁ ମିଳିଥିଲା ଖେଳରତ୍ନ ପୁରସ୍କାର । ତେବେ ଖେଳରତ୍ନ ପୁରସ୍କାର ପାଇବାରେ ପ୍ରମୋଦ ଭଗତ ହେଉଛନ୍ତି ପ୍ରଥମ ଓଡିଆ । ପୂର୍ବରୁ ଓଡିଶାରୁ କେହି ଅଲମ୍ପିଆନ ଖେଳ ରତ୍ନ ପୁରସ୍କାର ପାଇନଥିଲେ ।