କନକ ବ୍ୟୁରୋ: ଚୀନରେ ଭୟଙ୍କର ହେଉଛି କରୋନା । ବିଶ୍ୱରେ ଏବେ ଏହା ଆତଙ୍କ ଖେଳାଇଛି । ଏହି ସମୟରେ ୟୁନାନର ଡାଲି ବିଶ୍ୱବିଦ୍ୟାଳୟରେ ଏମବିବିଏସ ପଢୁଥିବା ଓଡିଆ ଛାତ୍ରୀ ଲିପ୍ସା ବିକ୍ସିକୁ ଚୀନ ଯିବାକୁ ବାରଣ କରାଯାଇଛି । ଚୀନରୁ ସୁରକ୍ଷିତ ଫେରିଛନ୍ତି ଲିପ୍ସା । ସେ କୋରାପୁଟର କୋଟପାଡରେ ରୁହନ୍ତି । ସେଠାରେ ପରୀକ୍ଷା ସରିବା ପରେ ୧୯ ତାରିଖରେ ସେ ଭାରତ ଫେରିଥିଲେ ।
୪ ମାସ ତଳେ ଟିକେଟ ହୋଇଥିବାରୁ ଭାରତ ଫେରିବାରେ ତାଙ୍କର କୌଣସି ଅସୁବିଧା ହୋଇନଥିଲା । ଏହି ସମୟରେ ଚୀନର କିଛି ସ୍ଥାନରେ କରୋନା ଭାଇରସର ଆଭାସ ମିଳିଥିବାରୁ ଫେରିବା ବାଟରେ ସେ ଦୁଇଥର ଡାକ୍ତରୀ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ । ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଲିପ୍ପାଙ୍କ ସମେତ ଡାଲି ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଡାକ୍ତରୀ ଯାଂଚ ପରେ ଭାରତକୁ ସୁରକ୍ଷିତ ଫେରିଆସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/4.jpg)