ଓଡିଶା ପାଇଁ ଗର୍ବ । ଆଇପିଏଲ ଖେଳିବେ ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ । ଭେଲୋସିଟି ଟିମରେ ମିଥାଲି ରାଜଙ୍କ ଅଧିନାୟକତ୍ୱରେ ଖେଳିବେ ଓଡିଆ ଅଲରାଉଣ୍ଡର ।

950

କନକ ବ୍ୟୁରୋ : ଆଇପିଏଲ ଫିଭର ଭିତରେ ଓଡିିଶା ପାଇଁ ଖୁସି ଖବର । ମହିଳା ଆଇପିଏଲ ଖେଳିବେ ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ । ଭେଲୋସିଟି ଟିମରେ ମିଥାଲି ରାଜଙ୍କ ଅଧିନାୟକତ୍ୱରେ ଖେଳିବେ ଓଡିଆ ଅଲରାଉଣ୍ଡର ସୁଶ୍ରୀ ।

ଆଇପିଏଲ ଫିଭର ଭିତରେ ଓଡିିଶା ପାଇଁ ଖୁସି ଖବର । ଆଇପିଏଲ ଖେଳିବେ ଓଡିଆ ଝିଅ ସୁଶ୍ରୀ । ଏଥର ମହିଳା ଆଇପିଏଲରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ । ଚଳିତ ମହିଳା ଆଇପିଏଲ ଖେଳିବା ପାଇଁ ସେ ଯିବେ ୟୁଏଇ । ଭେଲୋସିଟି ଟିମରେ ମିଥାଲି ରାଜଙ୍କ ଅଧିନାୟକତ୍ୱରେ ଖେଳିବେ ଓଡିଆ ଅଲରାଉଣ୍ଡର ସୁଶ୍ରୀ ।

ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶନୀ ମହିଳା ଆଇପିଏଲ୍ ରେ ଭେଲୋସିଟି ଟିମରେ ସ୍ଥାନ ପାଇବା ନେଇ ରାଜ୍ୟର କ୍ରିକେଟରଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଏପରି ସୁଯୋଗ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ମହିଳା କ୍ରିକେଟର । ଗତବର୍ଷ ଆଇପିଏଲରେ ମଧ୍ୟ ସୁଶ୍ରୀ ଦଳରେ ସ୍ଥାନ ପାଇଥିଲେ । ଏଥିରେ ତାଙ୍କର ଭଲ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଥିଲା ।

ପ୍ରଥମ କରି ମହିଳା ଆଇପିଏଲ୍ ମୁମ୍ୱାଇ ଠାରେ ୨୦୧୮ରେ ଖେଳାଯାଇଥିଲା । ସେତେବେଳେ ମାତ୍ର ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା । ସ୍ରୁଶ୍ରୀ ପୂର୍ବରୁ ୧୯ ବର୍ଷରୁ କମ୍ ଭାରତୀୟ ଟିମ୍ ଓ ଇଷ୍ଟଜୋନ୍ ଟିମରୁ ଖେଳି ସାରିଛନ୍ତି । ଏବେ ଆଇପିଏଲରେ ସେ ନିଜର ଯାଦୁ ଦେଖାଇବେ ।

ବର୍ତ୍ତମାନ ୟୁଏଇରେ ଚାଲିଛି ପୁରୁଷ ଆଇପିଏଲ । ଏହାପରେ ନଭେମ୍ବର ୪ ତାରିଖରେ ସେହି ୟୁଏଇରେ ଆରମ୍ଭ ହେବ ମହିଳା ଆଇପିଏଲ । ଏଥିରେ ୩ଟି ଦଳ ସୁପରନୋଭାସ, ଟେଲବ୍ଲେକର୍ସ ଓ ଭେଲୋସିଟି ଟିମ ମଧ୍ୟରେ ପ୍ରତିଯୋଗୀତା ଦେଖିବାକୁ ମିଳିବ ।