ଦିଲ୍ଲୀ ଓଡିଶା ନିବାସରେ ତିଆରି ହେଲା ଓଡିଆ ଖାଦ୍ୟ : କ୍ୟାଣ୍ଟିନରେ ଏବେ ମିଳିବ ଶାଗ ଭଜା, ବଡିଚୁରା ଓ ମୁଢିଘାଣ୍ଟ ସହ ସମସ୍ତ ପ୍ରକାର ଓଡିଶା ମିଠା ଓ ପିଠା

261

କନକ ବ୍ୟୁରୋ : ଦିଲ୍ଲୀ ଓଡିଶା ନିବାସରେ ମିଳିଲା ଓଡିଆ ଖାଦ୍ୟ । ୨୦୧୪ରୁ ଓଡିଶା ନିବାସରେ ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ବନ୍ଦ ରହିଥିଲା । ଗତକାଲି ଓଡିଶା ଭବନ ପରିସରରେ ଉତ୍କଳ ଦିବସ ପାଳନ ସହ, ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଖୋଲିଛି ଓଡିଶା ନିବାସର କ୍ୟାଂଟିନ୍ । ଆବାସିକ କମିଶନର ରବିକାନ୍ତ ଏହି କ୍ୟାଂଟିନକୁ ଉଦଘାଟନ କରିଛନ୍ତି ।

ଟେଣ୍ଡର ଜରିଆରେ ଏହି କ୍ୟାଂଟିନ ଚଳାଇବାର ଦାୟିତ୍ୱ ପାଇଛି ଯାତ୍ରୀ ଭୋଜନ ପ୍ରାଇଭେଟ୍ ଲିମିଟେଡ୍ । ଏଠାରେ ମାଛ ଘାଂଟଠାରୁ ଆରମ୍ଭ କରି ଶାଗ ଭଜା, ବଡିଚୁରା ଓ ମୁଢିଘାଂଟ ସହ ସମସ୍ତ ପ୍ରକାର ଓଡିଶା ମିଠା ଓ ପିଠା ଆଦି ସେମାନେ ଲୋକଙ୍କ ଆବଶ୍ୟକତାକୁ ଦେଖି ଯୋଗାଇ ଦେବେ ବୋଲି କହିଛନ୍ତି । ଅନଲାଇନରେ ମଧ୍ୟ ଓଡିଆ ଖାଦ୍ୟ ମିଳିପାରିବ । ଦିଲ୍ଲୀର ସମସ୍ତ ଭବନରେ ନିଜନିଜ ରାଜ୍ୟର ଖାଦ୍ୟ ସାଧାରଣ ଲୋକଙ୍କୁ ମିଳୁଥିବାବେଳେ ଓଡିଶା ନିବାସରେ ମିଳୁନଥିଲା । ଦିଲ୍ଲୀରେ ଏହି କ୍ୟାଂଟିନ ଖୋଲିବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମସ୍ତ ପ୍ରବାସୀ ଓଡିଆ ।