କନକ ବ୍ୟୁରୋ: ଓଡ଼ିଆର ଫିଲ୍ମର ମୋଡ ବଦଳେଇ ଦେଇଥିବା ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କର ପରଲୋକ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀ ସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ସୁପରହିଟ୍ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଅମୀୟ ପଟ୍ଟନାୟକ । ୧୯୮୫ ମସିହାରେ ପ୍ରଥମେ ଫିଲ୍ମ ‘ମମତା ମାଗେ ମୂଲ’ର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ଅମୀୟ । ଏହା ପରେ ସେହି ବର୍ଷ ହାକିମ ବାବୁ ଫିଲ୍ମର ମଧ୍ୟ ସେ ପ୍ରଯୋଜନା କରିଥିଲେ । ଯାହାକୁ ମିଳିଥିଲା ଜାତୀୟ ପୁରସ୍କାର ।
ତେବେ ‘ପୁଅ ମୋର କଳା ଠାକୁର’ ଭଳି ଚଳଚ୍ଚିତ୍ର ଓଡ଼ିଆ ସିନେମାକୁ ଏକ ନୂଆ ମୋଡ଼ ଦେଇଥିଲା । ଚକା ଆଖି ସବୁ ଦେଖୁଛି, ରାଜା ରାଣୀ, ଆସୁଛି ମୋ କାଳିଆ ସୁନା, ଚକାଡୋଳା କରୁଛି ଲୀଳା, ପରଦେଶୀ ବାବୁ, ବାବୁ ଆଇ ଲଭ୍ ୟୁ, କିଏ ସେ ଡାକୁଛି କୋଉଁଠି ମତେ, ଆଦି ଚଳଚ୍ଚିତ୍ର ଓଡ଼ିଶା ସିନେ ଜଗତରେ ଗୋଟିଏ ଗୋଟିଏ ମାଇଲ ଖୁଂଟ ।
ଅମୀୟ ପଟ୍ଟନାୟକଙ୍କ ନିର୍ମିତ ଫିଲ୍ମ ମଧ୍ୟରୁ ଅଧିକାଂଶ ଫିଲ୍ମ ସୁପରହିଟ୍ ହେବା ସହ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଏହା ସହ ପରୀ ମହଲ ଓ ପରଦେଶୀ ବାବୁ ଫିଲ୍ମର କାହାଣୀ ମଧ୍ୟ ସେ ରଚନା କରିଛନ୍ତି ଅମୀୟ । ୨୦୧୫ରେ ସେ ପୁଣି ଥରେ ନିର୍ଦ୍ଦେଶକ ଆସନକୁ ଫେରି ତୁଳସୀ ଅପା ଭଳି ବାୟୋପିକ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।
ଚଳିତ ବର୍ଷ ରେବତୀ ଓ ପ୍ୟାନିକ୍ ସର୍ଟ୍ସ ଭଳି ଭିନ୍ନ ଧରଣର କ୍ଷୁଦ୍ର ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି ଅମୀୟ । ଓଡିଆ ଫିଲ୍ମ ଜଗତରେ ଅନେକ ନୂଆ କଳାକାରଙ୍କୁ ସୃଷ୍ଟି କରିବାରେ ଅମୀୟ ପଟ୍ଟନାୟକଙ୍କର ରହିଛି ବିଶେଷ ଅବଦାନ । ଅମୀୟଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ପରଲୋକ, ଓଡିଆ ସିନେ ଜଗତରେ ସୃଷ୍ଟି କରିଛି ଏକ ବଡ଼ ଶୂନ୍ୟସ୍ଥାନ ।
Follow Us
/kanak/media/post_attachments/wp-content/uploads/2018/10/vlcsnap-2018-10-19-19h33m26s080-300x220.png)
/kanak/media/post_attachments/wp-content/uploads/2018/10/vlcsnap-2018-10-19-19h34m49s328-300x220.png)
/kanak/media/post_attachments/wp-content/uploads/2018/10/vlcsnap-2018-10-19-19h35m15s134-300x220.png)