ଧନୀ ଘରର ଦୃଷ୍ଟିହୀନ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ କରୁଥିଲା ଲୁଟ୍ । ଏମିତି ଧରାପଡିଲା ଯୁବତୀର କଳା କାରନାମା ।

୨୨ରେ ‘ମଞ୍ଜରୀ’ରେ ଫିଲ୍ମ ‘ଅଦୃଶ୍ୟମ୍’ର ପ୍ରିମିୟର

302

କନକ ବ୍ୟୁରୋ : ଓଡିଆ ଚଳଚିତ୍ର ‘ଅଦୃଶ୍ୟମ’ର ପ୍ରିମିୟର ମଞ୍ଜରୀ ଚ୍ୟାନେଲରେ ହେବ । ପ୍ରେମ ଓ ସସ୍‌ପେନ୍ସ କୁ ଆଧାର କରି ନିର୍ମାଣ ହୋଇଥିବା ଏହି ସିନେମା ଅଦୃଶ୍ୟମ୍ ର ପ୍ରିମିୟର ସୋ ଦର୍ଶକ ମାନେ ଆସନ୍ତା ୨୨ ତାରିଖ ରବିବାର ସଂନ୍ଧ୍ୟା ୬.୩୦ ମିନିଟ୍ ରେ ମଞ୍ଜରୀ ଚ୍ୟାନେଲରେ ଦେଖିପାରିବେ ।
ପ୍ରେମ ଅନ୍ଧ ନୁହେଁ , ହେଲେ ଜଣେ ଯୁବତୀ କିଭଳି ଭାବେ ଧନୀ ଦୃଷ୍ଟିହୀନ ଯୁବକ ମାନଙ୍କୁ ତା ପ୍ରେମ ଜାଲରେ ଫସାଇ ସେମାନଙ୍କ ଠାରୁ ଲୁଟ୍ କରୁଛି । ଲୁଟ୍ କରିସାରିବା ପରେ ସେ କିଭଳି ଅଦୃଶ୍ୟ ବା ଫେରାର୍ ହୋଇଯାଉଛି । ଆଉ ଶେଷରେ ତା’ର କଳା କାରନାମା କିଭଳି ଧରାପଡୁଛି ତାହାକୁ ନେଇ ଏହି ଚଳଚିତ୍ର ନିର୍ମାଣ କରାଯାଇଛି ।
ଏଭଳି କଥାବସ୍ତକୁ ନେଇ ଚଳଚିତ୍ରର କାହାଣୀକୁ ଗତିଶୀଳ କରିଛନ୍ତି ନିର୍ଦ୍ଦେଶକ ରାଜେନ୍ଦ୍ର ମହନ୍ତ । ନିର୍ଦ୍ଦେଶକ କହିଛନ୍ତି କି ପୁରା ଚଳଚିତ୍ର ଶେଷ ପର୍ଯ୍ୟନ୍ତ ରୋମଞ୍ଚକର । ଏହି ଚଳଚିତ୍ରରେ ସଂଗୀତ ନିର୍ଦ୍ଦେଶକ ଭାବେ ବିଶ୍ୱ ସ୍ୱରୂପ ତାଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିବାକୁ ଚେଷ୍ଟା କରିଛନ୍ତି ।ଏହି ସିନେମାରେ ମୁଖ୍ୟ କଳାକାର ଭାବେ ସାନୁ, ଅଙ୍କିତା, ସମରେଶ, ଚିତ୍ତ ତ୍ରିପାଠୀ ଓ ଲିପସ୍‌ାଙ୍କୁ ଦେଖିବାକୁ ମିଳିବ ।