ଚଳଚ୍ଚିତ୍ର ‘ଟି’ : କିନ୍ନରଙ୍କ ଜୀବନ ସାରା ସଂଘର୍ଷର କାହାଣୀ ପ୍ରଦର୍ଶିତ

106

କନକ ବ୍ୟୁରୋ : ଟ୍ରାନ୍ସଣ୍ଡେର ତଥା କିନ୍ନରଙ୍କ ଜୀବନକୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର ‘ଟି’ । ଯେଉଁଥିରେ କିନ୍ନରଟେ କେମିତି ଜୀବନ ସାରା ସଂଘର୍ଷ କରେ ତାହା ପ୍ରଦର୍ଶିତ ହୋଇଛି । ପରିବାର ହେଉ କି ସମାଜ କିନ୍ନରମାନଙ୍କ ପାଇଁ କେଉଁଭଳି ପରିବେଶ ସୃଷ୍ଟି କରିଛନ୍ତି ଓ ସେମାନଙ୍କୁ କାହିଁକି ଦେହଜୀବୀ ହେବାକୁ ବାଧ୍ୟ କରାଯାଏ ଏସବୁକୁ ନେଇ ଗବେଷଣା କରି ଫିଲ୍ମଟି ନିର୍ମାଣ କରାଯାଇଛି । ଫିଲ୍ମରେ ଟ୍ରାନ୍ସେଜେଣ୍ଡର ଭୂମିକା ନିଭାଉଛନ୍ତି ଅଭିନେତା ଦେବାଶିଷ ସାହୁ ଏବଂ ରଣବୀର କଲସୀ । କିନ୍ନରଙ୍କ ଜୀବନକୁ ନେଇ ଫିଲ୍ମଟି ପ୍ରସ୍ତୁତ ହେଉଥିବାରୁ ଏହା ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନୀତ ହୋଇଛି । ଏବେ ‘ୟୁଏ’ ସାର୍ଟିଫିକେଟ୍ ମିଳିବା ପରେ ଫିଲ୍ମକୁ ନେଇ ବହୁ ଆଶାବାଦୀ ଅଛନ୍ତି ପୁରା ଟିମ୍ ।