ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପଡ଼ିଲା ମହଙ୍ଗା । ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ପୁଲିସ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

235

କନକ ବ୍ୟୁରୋ: ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଛି ପୁଲିସ । ସିସିଟିଭି, ଅଭିଯୋଗ ଓ ସାକ୍ଷୀଙ୍କ ବୟାନ ଆଧାରରେ ଟୁଟୁ ନାୟକ ଗିରଫ ହୋଇଛନ୍ତି । ତେବେ ଗତକାଲିର ଘଟଣା ପରେ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଟୁଟୁଙ୍କୁ ଗିରଫ କରିବାକୁ ଚାପ ବଢିଥିଲା । ଚାପ ପଡିବା ପରେ, ଆଜି ଟୁଟୁଙ୍କୁ ଘରୁ ଉଠାଇ ଆଣିଥିଲା ପୋଲିସ୍ । ଆଉ କିଛି ସମୟର ପଚରାଉଚୁରା ପରେ ଟୁଟୁ ଗିରଫ ହୋଇଛନ୍ତି । ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତଙ୍କୁ ନିଆଯାଇଛି । ଜାମିନ ଆବେଦନ ନେଇ ଆସନ୍ତା ୬ ତାରିଖରେ ଶୁଣାଣି ହେବ ।

  • ମହଙ୍ଗା ପଡିଲା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର
  • ବନ୍ଧା ହେଲେ ପ୍ରଯୋଜକ ଟୁଟୁ ନାୟକ

ପ୍ରାୟ ୨୪ଘଂଟାର ଛକାପଞ୍ଝା ପରେ, ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଥିଲା ଖାରବେଳନଗର ଥାନା ପୋଲିସ । ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବାନ୍ଧିଥିଲା ପୋଲିସ । ଦୁର୍ବ୍ୟବହାର ସମୟର ସିସିଟିଭି ଫୁଟେଜ୍, ସାମ୍ବାଦିକାଙ୍କ ଅଭିଯୋଗ ଓ ସାକ୍ଷୀଙ୍କ ବୟାନକୁ ଭିତିକରି ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଆଇପିସି ଧାରା ୩୨୩, ୩୪୧, ୩୫୪ ଓ ୨୯୪ ମାମଲା ରୁଜୁ କରିଛି ପୋଲିସ । ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ।

ମହିଳା ସାମ୍ବାଦିକା ଟୁଟୁଙ୍କ ବିରୋଧରେ ଅଭିଯୋଗ କରିବା ପରେ, ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ମାମଲାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲେ ମହିଳା କମିଶନ । ତଦନ୍ତ କରି ରିପୋର୍ଟ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ମହିଳା ସାମ୍ବାଦିକା ସଂଘ ପକ୍ଷରୁ, ଟୁଟୁଙ୍କୁ ଗିରଫ କରିବା ପାଇଁ ଡିସିପିଙ୍କୁ ଦାବିପତ୍ର ଦିଆଯାଇଥିଲା । ରାଜନେତାମାନେ ମଧ୍ୟ ଏହାକୁ ନିନ୍ଦା କରିଥିଲେ ।

ସୂଚନାଯୋଗ୍ୟ ଯେ, ଟୁଟୁଙ୍କୁ ଗିରଫ କରିବା ପାଇଁ ସବୁଆଡୁ ଚାପ ପଡିବା ପରେ, ଆଜି ତାଙ୍କୁ ଘରୁ ଉଠାଇ ଆଣିଥିଲା ପୋଲିସ୍ । କିଛି ସମୟ ପଚରାଉଚୁରା କରିବା ପରେ ଟୁଟୁଙ୍କୁ ଗିରଫ କରିଥିବା ସୂଚନା ଦେଇଥିଲା ପୋଲିସ । ତେବେ, କ୍ଷମା ମାଗିବା ପାଇଁ ଟୁଟୁଙ୍କୁ ଯଥେଷ୍ଟ ସୁଯୋଗ ମିଳିନି ବୋଲି କହିଛନ୍ତି ଅନ୍ୟ ପ୍ରଯୋଜକ । ଗତକାଲି ଭୁବନେଶ୍ୱରର ଏକ ସିନେମା ହଲରେ ପ୍ରିମିୟର ସୋ ଚାଲିଥିବାବେଳେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିଲେ ଟୁଟୁ । ସେହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।