କନକ ବ୍ୟୁରୋ : ଫିଲ୍ମ ପ୍ରଡ୍ୟୁସରଙ୍କ ଭିଡିଓ ଭାଇରାଲ । ପ୍ରଶ୍ନ ଉଠୁଛି, କାଷ୍ଟିଂ କାଉଚ ନା ବ୍ଲାକମେଲିଂ । ବରିଷ୍ଠ ଫିଲ୍ମ ପ୍ରଯୋଜକ ତଥା କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମର ମୁଖ୍ୟ ଅକ୍ଷୟ ପରିଜାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଅଭିଯୋଗ ଆସିଛି ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରିଛନ୍ତି ଅକ୍ଷୟ ପରିଜା । ସିନେମା ଓ ବ୍ୟବସାୟରେ କାମ କରିବାର ସୁଯୋଗ ଦେବାକୁ କହି ଅକ୍ଷୟ ପରିଜା ତାଙ୍କୁ ଶାରିରୀକ ଶୋଷଣ କରିଥିବା ସେ ଅଭିଯୋଗ କରିବା ପରେ ଫିଲ୍ମ ଜଗତରେ ଚହଳ ପଡିଛି ।

ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ପୁଣି ଥରେ କାଷ୍ଟିଂ କାଉଚ କଥା ଚର୍ଚ୍ଚାକୁ ଫେରିଛି । ଅନ୍ୟପକ୍ଷରେ ଯୁବତୀଙ୍କ ନାଁରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଘରକୁ ଡିନର ପାଇଁ ଆମନ୍ତ୍ରଣ କରି ତାଙ୍କ ସହ ଭିଡିଓ କରିବା ପରେ ବ୍ଲାକମେଲିଂ କରାଯାଉଥିବା ଥାନାରେ ଜଣାଇଛନ୍ତି । ଏଥିପାଇଁ ତାଙ୍କ ଠାରୁ ୫କୋଟି ଟଙ୍କା ଦାବି କରାଯାଉଛି, ଏବଂ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବାକୁ ଧମକ ଦିଆଯାଉଥିବା ଜଣାଇଛନ୍ତି । ଏପଟେ କିନ୍ତୁ ସୋସିଆଲ ମିଡିଆରେ କେତେକ ଭିଡିଓ ଭାଇରାଲ ହେବାରେ ଲାଗିଛି ।