କନକ ବ୍ୟୁରୋ: ଫିଲ୍ମ ଫେୟାର ଆୱାର୍ଡ ୨୦୨୦ ପାଇଁ ଓଡିଆ ଫିଲ୍ମ ନିର୍ମାତାଙ୍କ ୨ଟି ଫିଲ୍ମ କେଟାଗୋରିରେ ନୋମିନେଟ ହୋଇଛି । ଦୁଇଟି ଫିଲ୍ମ ହେଉଛି ଅନ୍ତର୍ବସ୍ନା ଓ ସୀତା। ଏହି ଦୁଇଟି ଫିଲ୍ମର ନିର୍ମାତା ହେଉଛନ୍ତି ଦୟାନିଧି ଦାହିମା । ଏହି ଓଡ଼ିଆ ଫିଲ୍ମ ନିର୍ମାତା ଦୟାନିଧି ଦାହିମାଙ୍କ ପ୍ରଥମ ଫିଲ୍ମ ନବାବ ମଧ୍ୟ ବିଗତ ବର୍ଷ ଫିଲ୍ମ ଫେୟାର୍ ପାଇଁ ନୋମିନେଟ୍ ହେଇଥିଲା।
ଏହା ତାଙ୍କର ଦ୍ୱିତୀୟ ଓ ତୃତୀୟ ଫିଲ୍ମ ଯାହାକି ଫିଲ୍ମ ଫେୟର ପାଇଁ ନୋମିନେଟ୍ ହେଇଛି, ଯାହା କି ଦେଶରେ ପ୍ରଥମ ବୋଲି କୁହାଯାଉଛି । ଆଗରୁ କୌଣସି ବି ଫିଲ୍ମ ନିର୍ମାତାଙ୍କର ସବୁ ଫିଲ୍ମ ନୋମିନେଟ୍ ହେଇନି ବୋଲି କହିଛନ୍ତି ନିର୍ମାତା ଦୟାନିଧି ଦହିମା । ଆଗକୁ ଗୋଟେ ୱେବ୍ ସିରିଜ୍ ଆସୁଛି ଯାହା ଉପରେ ଏବେ କାମ ଚାଲିଛି, ଯେଉଁଥିରେ କି ଆପଣ ଓଡ଼ିଆ ଅଭିନେତା ମାନଙ୍କୁ ମଧ୍ୟ ଦେଖିବାକୁ ପାଇବେ ବୋଲି ଦୟାନିଧି ଦହିମା ସୂଚନା ଦେଇଛନ୍ତି।
ଏନେଇ ଫିଲ୍ମ ନିର୍ମାତା ଦୟାନିଧି ଦାହିମା କହିଛନ୍ତି, ମୋର ଦୁଇଟି ଫିଲ୍ମ ନୋମିନେଟ ହୋଇଥିବାରୁ ମୁଁ ବହୁତ ଖୁସି । ଏବର୍ଷ ୩ଟି ଫିଲ୍ମ ତିଆରି ହୋଇଥିଲା ୨ଟି ଫିଲ୍ମ ଫେୟାର ପାଇଁ ନୋମିନେଟ ହୋଇଛି । ଏସବୁ ଓଡିଶା ବାସୀ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ସମ୍ଭବ ହୋଇଛି । ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ଏଥର ଫିଲ୍ମ ଫେୟାର ଆୱାର୍ଡ ଜିତିପାରିବୁ ।