କନକ ବ୍ୟୁରୋ: ବର୍ଷା ଅନୁଭବ ବିବାଦକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଛି । କଂଗ୍ରେସ ଏ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ବୋଲି କହିଛି । କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି, ଏହି ପ୍ରସଙ୍ଗରେ ଇସ୍ତଫା ଦିଅନ୍ତୁ ସାଂସଦ ଅନୁଭବ ମହାନ୍ତି । ହେଲେ ଏହାକୁ ସାଂସଦଙ୍କ ବ୍ୟକ୍ତିଗତ ସମସ୍ୟା କହି ଏଡାଇ ଯାଇଛନ୍ତି ବିଜେଡି ନେତା ଅରବିନ୍ଦ ଢାଳି । ସେହିପରି ଫିଲ୍ମ ଜଗତରୁ ଉଭୟ ବର୍ଷା ଓ ଅନୁଭବଙ୍କ ସପକ୍ଷରେ ମତ ରଖିଛନ୍ତି ସେଲିବ୍ରେଟି ।

Advertisment

ସେପଟେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ବିଉଟି କ୍ୱିନ ବର୍ଷା ପ୍ରିୟଦର୍ଶିନୀ । ଏହି ଷ୍ଟାର ଦମ୍ପତିଙ୍କ ବୈବାହିକ ଜୀବନ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । କାରଣ ଅନୁଭବଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ସଂଗୀନ ଅଭିଯୋଗ ସବୁ ଆଣିବା ପରେ ସାମ୍ନାକୁ ଆସିଛି ଦିଲ୍ଳୀର ପଟିଆଲା ହାଉସ୍ କୋର୍ଟରେ ଛାଡପତ୍ର ପାଇଁ ଅନୁଭବ ମହାନ୍ତି ଦାଖଲ କରିଥିବା ପିଟିସନ୍ । କନକ ନ୍ୟୁଜ୍ର ହସ୍ତଗତ ହୋଇଥିବା ୪୭ ପୃଷ୍ଠାର ଏହି ପିଟିସନ କପିରେ ବର୍ଷାଙ୍କ ବିରୋଧରେ କ’ଣ ସବୁ ଉଲେଖ ରହିଛି ତାର ମୁଖ୍ୟ ବିନ୍ଦୁ ଉପରେ ନଜର ପକାନ୍ତୁ ।

ପିଟିସନରେ ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ଅଭିଯୋଗ

- ବିବାହର ପ୍ରଥମ ରାତିରେ ସଂପର୍କ ରଖିନଥିଲେ ବର୍ଷା

- ସଂପର୍କ ରଖିବାକୁ ୩ରୁ ୪ ମାସ ସମୟ ମାଗିଥିଲେ

- ଏହା ତାଙ୍କୁ ଅସୁଖୀ କରିଥିଲା ତଥାପି ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ

- ରାଜ୍ୟସଭାକୁ ନିର୍ବାଚିତ ହେବାପରେ ସଂପର୍କରେ ସୁଧାର ପାଇଁ ଚେଷ୍ଟା କରିଥିଲେ

- ପତ୍ନୀଙ୍କ ଏଭଳି ଆଚରଣ ତାଙ୍କୁ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ

- ବର୍ଷା ଭଲ ପତ୍ନୀ ଏବଂ ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି

- ୨୦୧୬ରେ ସହ-ଅଭିନେତ୍ରୀଙ୍କ ସହିତ ସଂପର୍କ ନେଇ ମିଛ ଅଭିଯୋଗ ଆଣିଥିଲେ