କନକ ବ୍ୟୁରୋ: ରୁଚି ଓଡିଆ ଫିଲ୍ମଫେଆର ଆୱାଡସରେ ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ ମହାନ୍ତିଙ୍କୁ ଚଳଚ୍ଚିତ୍ର ହିରୋ ନଂ-ୱାନ ପାଇଁ ଦିଆଯାଇଛି । ଚଳଚ୍ଚିତ୍ର ଅଭୟ ପାଇଁ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ଜୀବନବ୍ୟାପି ସାଧନା ପୁରସ୍କାର ପାଇଛନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ଶ୍ରେଷ୍ଠ ବହୁମୁଖି ପ୍ରତିଭାବାନ ଅଭିନେତା ଭାବେ ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ, ଶ୍ରେଷ୍ଠ ପ୍ରେରଣାଦାୟକ ଚଳଚ୍ଚିତ୍ର ତୁଳସୀ ଅପା ପାଇଁ ଅମୀୟ ପଟ୍ଟନାୟକଙ୍କୁ, ଶ୍ରେଷ୍ଠ ନିର୍ଦ୍ଦେର୍ଶକ ଭାବେ ତାପସ ସରଘରିଆ ଆଦି ୨୮ ଜଣଙ୍କୁ ପୁରସ୍କୁତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବଲିଉଡ ନୟିକା ରବିନା ଟଣ୍ଡନ, ମିସ ଏସିଆ ଉଇନର ଶ୍ରୀଷ୍ଟି ରାଣା ଏବଂ କମେଡିଆନ ସୁନିଲ ପାଲ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଲୁବୁନ ଟୁବୁନ ଡ୍ୟାନ୍ସ ଗୃପ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Advertisment

publive-image

ହିରୋ ନଂ ୧ ଶ୍ରେଷ୍ଠ ଚଳଚ୍ଚିତ୍ର ! ଶ୍ରେଷ୍ଠ ନିର୍ଦେଶକ ତାପସ ସରଘରିଆ

ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଭୀଷ୍ମ ପିତାମହ ବିଜୟ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା । ୨୫ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଧିତ କରାଯାଇଥିଲା । ଓଡ଼ିଶା ପୁଲିସ୍ ମହାନିର୍ଦେଶକ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା, ଆୟକର କମିସନର ଶରତ କୁମାର ଦାସ, ‘ରୁଚି’ର ପରିଚାଳନା ନିର୍ଦେଶକ ଶରତ କୁମାର ସାହୁ ଏବଂ ବିଶିଷ୍ଟ ଶିଳ୍ପପତି ତଥା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମର୍ୟ୍ୟାଦାଜନକ ସମ୍ମାନ ପ୍ରଦାନ କରିଥିଲେ । ଶ୍ରୀ ମହାନ୍ତି ସମ୍ମାନ ଗ୍ରହଣ କରି ପ୍ରତିକ୍ରିୟାରେ କହିଲେ, ଦର୍ଶକ ହିଁ ମତେ ତିଆରି କରିଛନ୍ତି । ୪୦ ବର୍ଷ ଧରି ଦର୍ଶକଙ୍କ ପାଇଁ ରହିଛି, ରହୁଛି ଓ ରହିଥିବି ମଧ୍ୟ । ଅନ୍ୟତମ ବିଶିଷ୍ଟ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ‘ଶ୍ରେଷ୍ଠ ବହୁମୁଖୀ ପ୍ରତିଭାବାନ ଅଭିନେତା’ ଭାବେ ପୁରସ୍କୃତ କରାଯାଇଥିଲା ।

publive-image

ସେହିପରି ତରଙ୍ଗ ସିନେ ପ୍ରଡକ୍ସନ୍ ପ୍ରଯୋଜିତ ‘ହିରୋ ନଂ ୧’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଥିବା ବେଳେ ‘ହିରୋ ନଂ ୧’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ବାବୁଶାନ୍ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା, ‘ଅଭୟ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଏଲିନା ସାମନ୍ତରାୟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ‘ତୁ ମୋ ଲଭଷ୍ଟୋରି’ ପାଇଁ ତାପସ ସରଘରିଆଙ୍କୁ ଶ୍ରେଷ୍ଠ ନିର୍ଦେଶକ, ଅଭୟ ଚଳଚ୍ଚିତ୍ର ପାଇଁ ମନୋଜ ମିଶ୍ରଙ୍କୁ ଶ୍ରେଷ୍ଠ ଖଳ ଅଭିନେତା, ‘କାବୁଲା ବାରବୁଲା’ ପାଇଁ ପପୁ ପମପମ୍ ତଥା ତତ୍ତ୍ୱ ପ୍ରକାଶ ଶତପଥୀଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ଟ୍ରଫି ପ୍ରଦାନ କରାଯାଇଥିଲା । ଏହିପରି ମୋଟ୍ ୨୮ଟି ବିଭାଗରେ ସମ୍ମାନ ପ୍ରଦାନ କରାଯାଇଥିଲା ।

publive-image

ଏହି ଅବସରରେ ମିସ୍ ଏସିଆ ପେସିଫିକ୍ ସ୍ରିଷ୍ଟି ରାଣାଙ୍କୁ ଗୋଲଡେନ୍ ବିଉଟି ସମ୍ମାନ ପ୍ରଦାନ କରାଯାଇଥିଲା । ମମତା ଫ୍ୟାସନ୍ ପକ୍ଷରୁ ଫ୍ୟାସନ୍ ସୋ ଆୟୋଜିତ ହୋଇଥିଲା । ସିଜଲର୍ସ ଗ୍ରୁପର ବିଦୁଙ୍କ ନୃତ୍ୟ ସଂଯୋଜନାରେ ଦୀପେଶ ଓ ଅଭିପ୍ସ ଓ ସାଥୀଙ୍କ ନୃତ୍ୟ ସମେତ ଲୁବୁନ୍ ଟୁବୁନ୍ ସଂଯୋଜିତ ଅଙ୍କିତା ଓ ସାଥୀଙ୍କ ଧୁମଧଡ଼ାକା ନୃତ୍ୟ ବେଶ୍ ଆକର୍ଷଣୀୟ ଅନୁଭବ ଦେଇଥିଲା । ହ୍ଵାଇଟ୍ ହାଉସର ମୁଖ୍ୟ ତଥା ଏହି ଆଓ୍ଵାର୍ଡସର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅମିତ୍ ଓ ମାନସୀ। ପ୍ରଦୀପ, ଉତ୍କଳ, ଜିତେନ୍ଦ୍ର, ଅମରସିଂହ, ପ୍ରତାପ, ସନ୍ତୋଷ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।