ଦୁବାଇରେ ଚମକିଲେ ଓଡ଼ିଆ ତାରକା: ଆୟୋଜିତ ଓଡିଆ ଚଳଚ୍ଚିତ୍ର ସମ୍ମାନ କାର୍ଯ୍ୟକ୍ରମରେ ନାଚ, ଗୀତରେ ଝଲସିଲା ମଞ୍ଚ

401

କନକ ବ୍ୟୁରୋ: ଦୁବାଇରେ ଆୟୋଜିତ ହୋଇଯାଇଛି ଓଡିଆ ଚଳଚ୍ଚିତ୍ର ସମ୍ମାନ । ଆର ଆର ଇଭେଂଟ୍, ସିନେ ପ୍ରଡକ୍ସନ ଆସୋସିଏସନ୍ ଓ ୟୁଏଇ ଓଡିଆ ସମାଜ ପକ୍ଷରୁ ଆୟୋଜିତ ହୋଇଯାଇଛି ପ୍ରଥମ ମେଗା ଓଡିଆ ଫାଇବ୍ ଷ୍ଟାର ଫିଲ୍ମ ଆୱାର୍ଡସ୍ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବର୍ଷ ୨୦୨୩ରେ ବଛା ବଛା ଓଡିଆ ଫିଲ୍ମ ପାଇଁ ସମ୍ମାନିତ ହୋଇଛନ୍ତି କଳାକାର ଓ ଟେକ୍ନିସିଆନ୍ । ଏଥିରେ ଚଳଚ୍ଚିତ୍ର ପୁଷ୍କରା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ଅଭିନେତ୍ରୀ ଶିବାନୀ ସଙ୍ଗୀତ, ମାଲ୍ୟଗିରିରେ ନିଜ ଚମକ୍ରାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ସମ୍ମାନ ହାତେଇଛନ୍ତି । ସେହିପରି ପ୍ରଶାନ୍ତ ନନ୍ଦଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଛି ।