କନକ ବ୍ୟୁରୋ : ଯୁଦ୍ଧ ଭୁମି ୟୁକ୍ରେନରୁ ଫେରିଲେ ଓଡ଼ିଆ ପରିବାର । ୟୁକ୍ରେନର କିଭରେ ରହୁଥିଚ୍ଚର ଓଡ଼ିଆ ପରିବାର ସେଠାରୁ ସ୍ୱଦେଶ ଫେରିବା ପରେ ବଖାଣିଛନ୍ତି ସେଠାକାର ଅନୁଭୁତି । କିଭରେ ୨୦ ବର୍ଷ ଧରି ରହି ଆସୁଥିଲେ ଏହି ପରିବାର । ତେବେ ୧୬ ବର୍ଷିୟ ଓମକାରଙ୍କୁ ମିଳିଥିଲା ୟୁକ୍ରେନ ସେନାରେ ସାମିଲ ହେବାର ଅଫର । ୟୁକ୍ରେନ ଆର୍ମିରେ ଯୋଗ ଦେବା ପାଇଁ ଓଡିଆ ଯୁବକ ଓମକାରଙ୍କୁ ମିଳିଥିଲା ଅଫର । ମାସକ ତଳୁ ତାଙ୍କୁ ଏଭଳି ଅଫର ଆସିଥିଲା । ଯେତେ ଶୀଘ୍ର ହେବ ଆର୍ମିରେ ଯୋଗ ଦିଅ, ଟ୍ରେନିଂ ଚାଲିବ ବୋଲି ତାଙ୍କୁ କୁହାଯାଇଥିଲା ।
କିନ୍ତୁ ୟୁକ୍ରେନର ପାସପୋର୍ଟ ନଥିବାରୁ ୟୁକ୍ରେନ ଆର୍ମିରେ ଯୋଗ ଦେଇନଥିଲେ ଓମକାର ନାୟକ । ଗତ ୨୦ ବର୍ଷ ହେବ ୟୁକ୍ରେନର ବ୍ୟବସାୟ କରୁଥିବା ସଂଜୟ ନାୟକଙ୍କ ପୁଅ ଓମକାରଙ୍କୁ ଆସିଥିଲା ଏଭଳି ଅଫର । ୟୁକ୍ରେନର ଜାତୀୟ ବାସ୍କେଟବଲ ଟିମ ପାଇଁ ଖେଳୁଛନ୍ତି ଓମକାର । ତାଙ୍କ ସାଙ୍ଗ ଏବଂ ତାଙ୍କର ସିନିୟର ମାନେ ଯୁଦ୍ଧରେ ସାମିଲ ହୋଇଥିବା କହିଛନ୍ତି ଓମକାର ।