କନକ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରେ ବିଜୟ ସାହୁଙ୍କ ପାର୍ଥିବ ଶରୀର ପହଂଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍, ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟନ୍, ପୁଲିସ କମିଶନର ସୌମେନ୍ଦ୍ର ପିୟଦର୍ଶି ଶ୍ରଦ୍ଧାଂଜଳୀ ଦେଇଛନ୍ତି ।

Advertisment

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଠା ତଥା ସାଇ ଇଂଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ୍ ବିଜୟ ସାହୁଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ବାରଙ୍ଗ ସାଇ ରେସିଡ଼େଂନ୍ସିଆଲ ସ୍କୁଲ, ପରେ ପଟିଆ ସାଇ ଇଂଟରନ୍ୟାସନାଲ ସ୍କୁଲକୁ ନିଆଯିବ । ଏବଂ ଶସ୍ତ୍ରୀ ନଗର ସ୍ଥିତ ବାସଭବନରେ ପରିବାର ଲୋକ ଶେଷ ଦର୍ଶନ କରିବେ । ପରେ ସତ୍ୟନଗର ସ୍ଥିତ ଶ୍ମଶାନରେ କୋଭିଡ଼ ନୀୟମ ଅନୁସାରେ ହେବ ଶେଷ କୃତ୍ୟ ସମ୍ପର୍ଣ୍ଣ । ସେଠାରେ ରାଜ୍ୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । କୋଭିଡ଼ରୁ ଭଲ ହେବା ପରେ ହାଇଦ୍ରାବାଦରେ ତାଙ୍କର ଫୁସଫୁସ ଜନିତ ରୋଗର ଚିକିତ୍ସା ହେଉଥିଲା । ଗତକାଲି ତାଙ୍କର ଦେହାନ୍ତ ହୋଇଛି ।