କନକ ବ୍ୟୁରୋ: ହଲିଉଡରେ ଓଡ଼ିଆ ପୁଅ । କେନ୍ଦୁଝରର ଜୈମିନ୍ ବାଲଙ୍କୁ ମିଳିଛି ହଲିଉଡ୍ରେ କାମ କରିବାର ସୁଯୋଗ । ମାତ୍ର ୧୫ ବର୍ଷ ବୟସରେ ବଲଉଡରେ ସହୀ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ । ଓମ୍ ଶାନ୍ତି ଓମ୍, ହମ୍କୋ ଦିୱାନା କରଗୟେ, ଗୋଲମାଲ ରିଟର୍ଣ୍ଣସ୍ ପରି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଏବେ ହଲିଉଡରେ ନିଜ ନିର୍ଦ୍ଦେଶିତ ଫିଲ୍ମ ରିଲିଜ୍ ହେବ ।

Advertisment

‘ଦ ସେଲେସିଟି’ ନାମକ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍ରେ ଆସିବାକୁ ଯାଉଛି । ବହୁ ଲୋକପ୍ରିୟ ଆମେରିକାନ୍ ଓଟିଟି ପ୍ଳାଟଫର୍ମ ‘ହୁଲୁ’ରେ ତାଙ୍କର ହଲିଉଡ୍ ଡେବ୍ୟୁ ଫିଲ୍ମ ‘ଭରଜିନିଟି ଫର ସେଲ’ ଆସିବାକୁ ଅପେକ୍ଷା ରହିଛି । ଆଗକୁ ସେ ଅର୍ନ୍ତଜାତୀୟ ଫିଲ୍ମ ଓଡ଼ିଶାରେ ଏବଂ ଓଡ଼ିଶାର କଳାକାରଙ୍କୁ ନେଇ ନିର୍ମାଣ କରିବେ ବୋଲି କହିଛନ୍ତି ।