ଓଡିଶା ଆସୁଛନ୍ତି ଶ୍ରୀଲଙ୍କାରେ ଫସିଥିବା ୧୧ ଜଣ ଦାଦନ ଶ୍ରମିକ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଫିଟିଲା ଘରକୁ ଫେରିବାର ବାଟ

ଓଡିଶା ଆସୁଛନ୍ତି ଶ୍ରୀଲଙ୍କାରେ ଫସିଥିବା ୧୧ ଜଣ ଦାଦନ ଶ୍ରମିକ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଫିଟିଲା ଘରକୁ ଫେରିବାର ବାଟ

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଫସିଥିବା ୧୧ ଜଣ ଓଡିଆ ଦାଦନ ଶ୍ରମିକ ଓଡିଶା ଫେରୁଛନ୍ତି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଶ୍ରୀଲଙ୍କାରେ ଫସିଥିବା ଦାଦନ ଶ୍ରମିକଙ୍କ ସ୍ୱଦେଶ ଫେରିବା ନେଇ ରାସ୍ତା ଫିଟିଛି । ଏବେ ସେମାନେ ବିମାନ ଯୋଗେ ଭାରତ ଆସୁଛନ୍ତି । ଦଲାଲ ଜରିଆରେ ଶ୍ରୀଲଙ୍କାକୁ ଦାଦନ ଖଟିବାକୁ ଯାଇଥିଲେ ସେଠାରେ ଫସଥିଲେ ଏହି ୧୧ ଓଡିଆ ।

publive-image

ଫସିଥିବା ସମସ୍ତ ଓଡିଆ ଲୋକଙ୍କ ଘର ବାଣପୁର ଓ ବାଲୁଗାଁ ଅଂଚଳରେ । ଶ୍ରୀଲଙ୍କାରେ ସେମାନଙ୍କୁ ୧୫ ଘଂଟାରୁ ଅଧିକ ସମୟ ଖଟିବାକୁ ବାଧ୍ୟ କରାଯିବା ସହିତ ଭଲ ଖାଇବାକୁ ଦିଆଯାଉନଥିବା ସେମାନେ ଭିଡିଓ ଜରିଆରେ ଅଭିଯୋଗ କରି ସେମାନଙ୍କର ଫେରିବା ନେଇ ସହାୟତା କରିବାକୁ ନିବେଦନ କରିଥିଲେ । ଓଡିଶାର ଜଣେ ଦଲାଲ ଏହି ଲୋକଙ୍କୁ ନେଇ ସେଠାରେ ଜଣେ ଠିକାଦାରଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe