ଧୋନୀଙ୍କ ଟିମରେ ଓଡିଆ ପୁଅ: ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷରେ କିଣିଲା ଚେନ୍ନାଇ

ଧୋନୀଙ୍କ ଟିମରେ ଓଡିଆ ପୁଅ: ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷରେ କିଣିଲା ଚେନ୍ନାଇ

କନକ ବ୍ୟୁରୋ: ଆଇପିଏଲ ଖେଳିବେ ଓଡିଆ ପୁଅ । ଧୋନୀଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସରେ ସ୍ଥାନ ପାଇଲେ ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି । ଶୁଭ୍ରାଂଶୁକୁ ୨୦ ଲକ୍ଷ ଟଙ୍କାରେ କିଣିଲା ଚେନ୍ନାଇ ସୁପର କିଙ୍ଗସ । ଶୁଭ୍ରାଂଶୁ ଆଇପିଏଲ ଖେଳିବା ନେଇ ଉତ୍ସୁକ ଅଛନ୍ତି ଓଡିଆ କ୍ରିକେଟ ଫ୍ୟାନ । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିଲେ ଶୁଭ୍ରାଂଶୁ ସେନାପତି । ଏବେ ସେ ଓଡିଶା ରଣଜୀ ଟିମର ଅଧିନାୟକ ମଧ୍ୟ ରହିଛନ୍ତି ।

ଚଳିତ ଥର ଦୁଇ ଜଣ ଓଡିଆଙ୍କ ନାଁ ଆଇପିଏଲ ଅକ୍ସନରେ ସ୍ଥାନ ପାଇଥିଲା । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ । ତେବେ ବର୍ତ୍ତମାନ ଅଭିଷେକ ରାଉତଙ୍କ ଉପରେ ନଜର ରହିଛି । ତାଙ୍କୁ କେଉଁ ଦଳ ଟିମରେ ସାମିଲ କରୁଛି ତାହା ଦେଖିବା ବାକି ରହିଲା । ପୂର୍ବରୁ ଓଡିଶାର ବିପ୍ଲବ ସାମନ୍ତରାୟ ଆଇପିଏଲ ଖେଳିବାର ସୁଯୋଗ ପାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe