ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଆରାଧନା ଆଣିଲେ ସଫଳତା । ଓଡ଼ିିଆ ଝିଅଙ୍କୁ ‘ଓମେନ୍ ଅପ୍ ସବଷ୍ଟାନ୍ସ’ ସମ୍ମାନ । 

555

ଜାତୀୟ ଓ ଅର୍ନ୍ତଜାତୀୟସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ପୁଣି ଚମକିଲେ ଓଡ଼ିଆ ପ୍ରତିଯୋଗୀ ।  କୋଲକତାରେ ଅନୁଷ୍ଠିତ ମିଷ୍ଟର, ମିସ୍ ଏବଂ ମିସେସ୍ ଇଣ୍ଡିଆ ଇଂଟରନ୍ୟାସନାଲ ୨୦୧୯ ପ୍ରତିଯୋଗିତାରେ ଆରାଧନା ମିଶ୍ର ‘ଓମେନ୍ ଅପ୍ ସବଷ୍ଟାନ୍ସ’ ବିବେଚିତ ହୋଇଛନ୍ତି । ଦେଶର ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି ଆରାଧନା ମିଶ୍ର । ସମ୍ବଲପୁର ଜିଲ୍ଲା ହୀରାକୁଦର ଆରାଧାନା ପୂର୍ବରୁ ଏକାଧିକ ଜାତୀୟ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ସାମିଲ ହୋଇ ସଫଳତା ଆଣିଛନ୍ତି ।

ଏହା ପୂର୍ବରୁ ଆରାଧନା ଉତରାଖଣ୍ଡର ହଲଦ୍ୱାନିରେ ଅନୁଷ୍ଠିତ ମିସ୍ ଆଣ୍ଡ ମିସେସ୍ ଇଣ୍ଡିଆ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ‘ମିସେସ୍ ଫଟୋଜେନିକ୍’ ବିଚେଚିତ ହୋଇଥିଲେ । ଏଥିରେ ଦେଶର ୩୦ଟି ରାଜ୍ୟର ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଆରାଧନା ନିଜ ଆକର୍ଷଣୀୟ ବ୍ୟକ୍ତିତ୍ୱ ବଳରେ ‘ମିସେସ୍ ଫଟୋଜେନିକ୍’ ଟାଇଟଲ ହାସଲ କରିଥିଲେ ।

୨ଟି ସନ୍ତାନର ଜନନୀ ଥିବା ଆରାଧନା ମିଶ୍ର ପରିବାର ସହ ହୀରାକୁଦରେ ରୁହନ୍ତି । ସରଳତାକୁ ହିଁ ସୌନ୍ଦର୍ଯ୍ୟର ମନ୍ତ୍ର ବୋଲି କହିଛନ୍ତି ଆରାଧନା । ଆଉ ଜାତୀୟ ଓ ଅର୍ନ୍ତଜାତୀୟସ୍ତରର ଏହି ସମସ୍ତ ସଫଳତା ପାଇଁ ସେ ତାଙ୍କ ପରିବାର ଲୋକଙ୍କୁ ଶ୍ରେୟ ଦେଇଛନ୍ତି ।