ଦୀପାବଳି ପାଳିଲେ ପ୍ରବାସୀ ଭାରତୀୟ : ଇଣ୍ଡୋନେସିଆର, ସାଉଦିଆରବ ଓ ବ୍ରସେଲ୍ସରେ ପାଳିତ

127

କନକ ବ୍ୟୁରୋ : କେବଳ ଭାରତରେ ନୁହେଁ ବିଦେଶରେ ବି ପାଳନ ହୋଇଛି ଦୀପାବଳୀ । ଇଣ୍ଡୋନସିଆର ବାଲିରେ ମହାଆଡମ୍ବରରେ ଦୀପାବଳି ପାଳନ କରାଯାଇଛି । ବାଲି ସ୍ଥିତ ଆଶ୍ରମ ଗାନ୍ଧୀ ପୁରୀରେ ସମସ୍ତ ଅନ୍ତେବାସୀ ଏକାଠି ହୋଇ ଦୀପାବଳି ପାଳନ କରିଛନ୍ତି । ଦୀପ ଜଳାଇ ଇଶ୍ୱରଙ୍କୁ ଆରାଧନା କରିଛନ୍ତି ଅନ୍ତେବାସୀ ।

ସେହିପରି ସାଉଦି ଆରବରେ ମଧ୍ୟ ଦୀପାବଳି ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ । ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ ଏବଂ ସେମାନଙ୍କ ପରିବାର ଲୋକ ଏକାଠି ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି । ପ୍ରବାସୀ ମାନେ ଏକାଠି ଦୀପାବଳିର ମଜା ନେଇଛନ୍ତି । ସଂସ୍କୃତି ଓ ପରମ୍ପରାର ପର୍ବ ଦୀପାବଳି । ଦେଶ ବାହାରେ ରହୁଥିଲେ ବି ଏହାକୁ ଭୁଲିନାହିଁ ପ୍ରବାସୀ ।

ବିଦେଶରେ ବି ଦୀପାବଳିର ଧୁମ । ୟୁରୋପର ବ୍ରସେଲ୍ସରେ ଆଲୋକର ପର୍ବ ଦୀପାବଳି ପାଳିତ ହୋଇଛି । ଓଡିଆ କମ୍ୟୁନିଟି ଏକାଠି ହୋଇ ଏହି ପର୍ବକୁ ପାଳନ କରିଛନ୍ତି । ସେଠାରେ ରହୁଥିବା ଓଡିଆମାନେ ପୂଜାପାଠ କରିବା ସହିତ ଦୀପ ଜାଳି ବାଣ ଫୁଟାଇ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି । ଏହି ଅବସରରେ ଓଡିଆ କମ୍ୟୁନିଟି ଏକାଠି ହୋଇ ଭୋଜି ଭାତ ଆୟୋଜନ କରିଥିଲେ ।