ସଲମାନ ଖାନଙ୍କୁ ଅଟକାଇ ଅଡୁଆରେ ଓଡିଆ ସିଆଇଏସଏଫ ଯବାନ । ଓଡିଆ ଯବାନ ସୋମନାଥ ମହାନ୍ତିଙ୍କ ମୋବାଇଲ ହେଲା ଜବତ 

1,951

କନକ ବ୍ୟୁରୋ: ସଲମାନ ଖାନଙ୍କୁ ଅଟକାଇଥିବା ଓଡ଼ିଆ ସିଆଇଏସଏଫ ଯବାନଙ୍କ ବଢିଲା ଅଡ଼ୁଆ । ମୁମ୍ବାଇ ବିମାନ ବନ୍ଦରରେ ସଲମାନଙ୍କୁ ଅଟକାଇ ଯାଂଚ କରିଥିଲେ ଓଡ଼ିଆ ଯବାନ ସୋମନାଥ ମହାନ୍ତି । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ପାଇଁ ତାଙ୍କର ଅଡ଼ୁଆ ବଢିଛି । ସିଆଇଏସଏଫ ପକ୍ଷରୁ ସୋମନାଥଙ୍କ ମୋବାଇଲ ଜବତ ହୋଇଛି ।

ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସଏଫ ପ୍ରୋଟକଲ ବିରୋଧି ହୋଇଥିବାରୁ ତାଙ୍କର ମୋବାଇଲ ଜବତ ହୋଇଥିବା ଜଣାପଡ଼ିଛି । ଲୋକପ୍ରିୟତାର ଶୀର୍ଷରେ ଥିବା ସଲମାନ ଖାନଙ୍କୁ ସୁରକ୍ଷା ସଂପର୍କୀତ ଯାଂଚ ପାଇଁ ଅଟକାଇଥିଲେ ଏହି ଯବାନ । ଟାଇଗର-ଥ୍ରୀର ସୁଟିଂ ପାଇଁ ଏକ ଘରୋଇ ଜେଟରେ ରୁଷିଆ ଯିବା ଲାଗି  ମୁମ୍ବାଇ ବିମାନବନ୍ଦରରେ ପହଂଚିଥିଲେ ଅଭିନେତା ସଲମାନ ଖାନ ।

ପ୍ରଶଂସକ ଓ ଫଟୋଗ୍ରାଫରଙ୍କ ଭିଡ ଭିତରେ ସଲମାନ ବିମାନବନ୍ଦର ଗେଟରେ ପହଂଚିବା ପରେ ତାଙ୍କୁ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଂଚ ପାଇଁ ଅଟକାଇଥିଲେ ସୋମନାଥ । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।