କନକ ବ୍ୟୁରୋ: ପଣ୍ଡ ହେଲା ପଡୋଶୀର ଚାଲ । ଓଡିଶାରେ ପଶି ନିର୍ବାଚନ କରିବାକୁ ଚାହୁଥିବା ଆନ୍ଧ୍ର ପ୍ରଦେଶକୁ ଲାଗିଛି ଝଟ୍କା । ଗଜପତି ଜିଲ୍ଲା ପ୍ରଶାସନର ଚାପ ପରେ ଆନ୍ଧ୍ରପ୍ରଦେଶ ନିର୍ବାଚନରୁ ଓହରି ଗଲା ଓଡିଶାର ପ୍ରାର୍ଥୀ । ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ଗଜପତିର ଲକ୍ଷ୍ମୀ ସବର । ଆନ୍ଧ୍ର ସୋବା ପଂଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ଭରିଥିଲେ ନାମାଙ୍କନ ।
ଗତ କିଛି ଦିନ ହେଲା ଆନ୍ଧପ୍ରଦେଶ ଜୋର ଜବରଦସ୍ତ ଓଡିଶା ସୀମାରେ ପଶି ପଞ୍ଚାୟତ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିରେ କିଛି ଓଡିଶାର ପ୍ରାର୍ଥୀ ମଧ୍ୟ ନାମାଙ୍କନ କରିଥିଲେ । ଏବେ ଗଜପତି ଜିଲ୍ଲା ପ୍ରଶାସନର ଚାପ ଫଳରେ ଲକ୍ଷ୍ମୀ ସବର ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/3-4.jpg)