ହିନ୍ଦି ଆଲବମ୍ ଜଗତରେ ଜଲୱା ଦେଖାଇଛନ୍ତି ଜଣେ ଓଡିଆ ଯୁବକ । ମନଛୁଆଁ ଗୀତ ‘କଭି ୟାଦୋଁ ମେ’ର ନିର୍ଦ୍ଦେଶନା ଦେଇ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଝାରସୁଗୁଡାର ଆଶିଷ ପଣ୍ଡା । ଆଶିଷଙ୍କ ଏହି ଗୀତର ୟୁଟ୍ୟୁବରେ ବର୍ତ୍ତମାନ ସୁଦ୍ଧା ଦର୍ଶକଙ୍କ ସଂଖ୍ୟା ପ୍ରାୟ ୧୪ ଲକ୍ଷ ଛୁଇଁ ସାରିଛି । ଟି ସିରିଜରେ ତିଆରି ହୋଇଥିବା ଏହି ଗୀତଟିରେ କଂଣ୍ଠଦାନ କରିଛନ୍ତି ଅରିଜିତ୍ ସିଂ ଓ ପଲକ୍ ମୁଚଲ୍ ।
ତେବେ ଏହି ଗୀତ ପୂର୍ବରୁ ଆଶିଷ ହିନ୍ଦି ସିନେମା ‘ୟାରିଆଁ’ ଓ ‘ସନମ’ରେ ମଧ୍ୟ ଆସିଷ୍ଟାଣ୍ଟ୍ ଡିରେକ୍ଟରର ଦାୟିତ୍ୱ ତୁଲାଇ ସାରିଛନ୍ତି । ସଲମାନ୍ ଖାନଙ୍କ ସିନେମା ‘ଲକି’ ରୁ ଆଶିଷ ପ୍ରଥମେ ଆସିଷ୍ଟାଣ୍ଟ୍ ଡିରେକ୍ଟର ଭାବରେ କାମ ଆରମ୍ଭ କରିଥିବା ଆଶିଷ ବଲିଉଡରେ କ୍ୟାରିୟର କରିବା ପାଇଁ ନିଜର ଇଞ୍ଜିନିୟରିଂ ପାଠ ଅଧାରେ ଛାଡି ୧୯୯୯ରେ ମୁମ୍ବାଇ ଚାଲି ଯାଇଥିଲେ ।
ଦେଖନ୍ତୁ ଆଶିଷଙ୍କ ନିର୍ଦେଶନାରେ ନିର୍ମିତ ଏହି ମନଛୁଆଁ ଗୀତ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/13533045_10204908894440921_1173574035237142897_n.jpg)