ବହିରେ ସ୍ଥାନ ପାଇଲା କ୍ୟାନ୍ସରର କରୁଣ କାହାଣୀ । ‘ଏନଜେଲ୍ସ ଅପ୍ ହୋପ୍’ରେ ଅଭିଜିତ ଘୋଷ ଲେଖିଲେ କ୍ୟାନସର ସହ ସଂଘର୍ଷର ଅନୁଭୂତି, ୪ ବର୍ଷ ଧରି ଥିଲେ କର୍କଟ ରୋଗରେ ପୀଡ଼ିତ ।

Advertisment
ବହିରେ ସ୍ଥାନ ପାଇଲା କ୍ୟାନ୍ସରର କରୁଣ କାହାଣୀ । ‘ଏନଜେଲ୍ସ ଅପ୍ ହୋପ୍’ରେ ଅଭିଜିତ ଘୋଷ ଲେଖିଲେ କ୍ୟାନସର ସହ ସଂଘର୍ଷର ଅନୁଭୂତି, ୪ ବର୍ଷ ଧରି ଥିଲେ କର୍କଟ ରୋଗରେ ପୀଡ଼ିତ ।

କନକ ବ୍ୟୁରୋ: ମାରାତ୍ମକ କ୍ୟାନ୍ସରକୁ ପରାଜିତ କରି ଜୀବନ ଜିଇଁବାର ଅଭୁଲା ଅନୁଭୂତି ସାଉଁଟିଛନ୍ତି ରାଉରକେଲାର ଜଣେ ଉଚ୍ଚ ଶିକ୍ଷିତ ୩୦ ବର୍ଷୀୟ ଯୁବକ ଅଭିଜିତ ଘୋଷ। ତାଙ୍କ ବାପା ସବିତ ଶରଣ ଘୋଷ ଜଣେ ଅବସରପ୍ରାପ୍ତ ଆରଏସପି କର୍ମଚାରୀ ଏବଂ ମା' ଅଞ୍ଜନା ଗୃହିଣୀ। ଏକମାତ୍ର ଭଉଣୀ ବିବାହିତା । ରାଜ୍ୟ ବାହାରେ ବି.ଟେକ ଓ ଏମ. ଟେକ କରିବା ପରେ ଏଭଳି ଏକ ଦୁରାରୋଗର ଶିକାର ହୋଇଥିଲେ ଅଭିଜିତ। ମୁମ୍ବାଇରେ ଚିକିତ୍ସା ଆରମ୍ଭ ହେବା ପର ଠାରୁ ଅତ୍ୟନ୍ତ ବ୍ୟୟବହୁଳ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଅପରେସନ ଏବଂ ପୁନଃଜନ୍ମ ନେଇ ଫେରିବା ପର୍ୟ୍ୟନ୍ତ ତାଙ୍କର ସଂଘର୍ଷ, ଅନୁଭୂତି ଓ ମିଳିଥିବା ସହାନୁଭୂତିକୁ ନେଇ ଏକ ପୁସ୍ତକ ଲେଖିଛନ୍ତି ।

ପୁସ୍ତକର ନାଁ ‘ଦ ଆନଜେଲ୍ସ ଅଫ୍ ହୋପ୍ ‘ ଯାହାକୁ ପ୍ରକାଶ କରିଛି ବହୁରାଷ୍ଟ୍ରୀୟ ପ୍ରକାଶନୀ ସଂସ୍ଥା 'ନୋସନ ପ୍ରେସ'। ରାଉରକେଲାରେ ବହିଟିର ଶୁଭ ଉନ୍ମୋଚନ ହେବା ସହ ସାଧାରଣରେ ଆଦୃତ ହୋଇଛି । ବୌଦ୍ଧିକ ଦର୍ଶନରେ ଅନୁପ୍ରାଣିତ ହୋଇଥିବା ଅଭିଜିତ ଏହି ପୁସ୍ତକରେ ପୁନଃର୍ଜନ୍ମ ଦେଇଥିବା ଡାକ୍ତରଙ୍କୁ ଭଗବାନ ଓ ସେବାଶୁଶ୍ରଷା ଦେଇଥିବା ନର୍ସିଂ କର୍ମଚାରୀଙ୍କୁ ସ୍ୱର୍ଗର ପରୀ ଭାବେ ଚିତ୍ରିତ କରିଛନ୍ତି ।

ସବୁଠାରୁ ବଡ଼କଥା ହେଲା ପରିବାର ଆର୍ଥିକ ସଙ୍କଟ ରେ ଥିବାବେଳେ କିଭଳି ଅଜଣା ସହୃଦୟ ବ୍ୟକ୍ତି, ଚିକିତ୍ସା କରୁଥିବା ଡାକ୍ତରଙ୍କ ସହାୟତା ପାଇ ମୃତ୍ୟୁମୁଖରୁ ବଞ୍ଚିଲେ ସେ ଉକ୍ତ ବହିରେ ଉଲ୍ଲେଖ କରିଛନ୍ତି। ଏଥିସହିତ କ୍ୟାନ୍ସର ପୀଡ଼ିତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ତାଙ୍କର ଆଲେଖ୍ୟ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ପ୍ରଦାନ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe