କନକ ବ୍ୟୁରୋ: ଚମକ ଦେଖାଇଲେ ଓଡିଆ ପୁଅ । ଏସଏସସି-ଆସିଷ୍ଟାଂଟ ଆଡିଟ ଅଫିସର ପରୀକ୍ଷାରେ ରାଜ୍ୟର ଗୌରବ ବଢାଇଲେ ଖୋର୍ଦ୍ଧାର ରୋଶନ ଜେନା । ୧୩ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଜଟଣୀର ରୋଶନ ହାସଲ କରିଛନ୍ତି ସର୍ବଭାରତରେ ପ୍ରଥମ ସ୍ଥାନ । ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରୋଶନ କହିଛନ୍ତି, ମନରେ ବିଶ୍ୱାସ ଆଉ କର୍ତ୍ତବ୍ୟପ୍ରତି ନିଷ୍ଠା ରହିଲେ ସଫଳତା ନିଶ୍ଚୟ ମିଳିବ ।
ଏସଏସସି-ଆସିଷ୍ଟାଂଟ ଅଡିଟ ଅଫିସର ପରୀକ୍ଷାରେ ଟପ୍ପର ହେଲେ ଓଡିଆ ପୁଅ । ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅକ୍ତିଆର କଲେ ରୋଶନ ଜେନା ।
Advertisment
Follow Us