କନକ ବ୍ୟୁରୋ: ଚମକ ଦେଖାଇଲେ ଓଡିଆ ପୁଅ । ଏସଏସସି-ଆସିଷ୍ଟାଂଟ ଆଡିଟ ଅଫିସର ପରୀକ୍ଷାରେ ରାଜ୍ୟର ଗୌରବ ବଢାଇଲେ ଖୋର୍ଦ୍ଧାର ରୋଶନ ଜେନା । ୧୩ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଜଟଣୀର ରୋଶନ ହାସଲ କରିଛନ୍ତି ସର୍ବଭାରତରେ ପ୍ରଥମ ସ୍ଥାନ । ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରୋଶନ କହିଛନ୍ତି, ମନରେ ବିଶ୍ୱାସ ଆଉ କର୍ତ୍ତବ୍ୟପ୍ରତି ନିଷ୍ଠା ରହିଲେ ସଫଳତା ନିଶ୍ଚୟ ମିଳିବ ।
ଆସିଷ୍ଟାଂଟ ଅଡିଟ ଅଫିସର ପରୀକ୍ଷାରେ ଟପ୍ପର ରୋଶନ ଜେନା, ଜଟଣୀ ରେଳବାଇ କଲୋନୀର ଭୀମସେନ ଓ ସବିତା ଜେନାଙ୍କ ବଡ ପୁଅ । ସ୍କୁଲ ପଢା ପରେ ରାଉରକେଲା ନିଟ୍ରେ ବି-ଟେକ କରିଛନ୍ତି । ଏସଏସସି ପରୀକ୍ଷାର ଆସିଷ୍ଟାଂଟ ଆଡିଟ ଅଫିସର ପରୀକ୍ଷାରେ ଜାତୀୟ ସ୍ତରରେ ଟପ୍ପର ହୋଇଥିବା ରୋଶନଙ୍କୁ ପାଖକୁ ଏବେ ଛୁଟୁଛି ଶୁଭେଚ୍ଛା ଓ ପ୍ରଶଂସାର ସୁଅ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/vlcsnap-2021-04-08-17h22m26s113.png)