ପେଶାରେ ଡାକ୍ତର, ନିଶା ଗୀତ ଗାଇବା : ଇଣ୍ଡିଆନ୍ ଆଇଡଲରେ ଓଡିଆ ପୁଅ ରୋହନ ବିଶ୍ୱାଳ

515

କନକ ବ୍ୟୁରୋ : ରିଏଲିଟି ଟିଭି ସୋ ଇଣ୍ଡିଆନ ଆଇଡଲରେ ଓଡିଆ ପୁଅ । ପେଶା ଡାକ୍ତର କିନ୍ତୁ ନିଶା ହେଉଛି ସଙ୍ଗୀତ । ଆମେ ଡାକ୍ତର ରୋହନ ବିଶ୍ୱାଳଙ୍କ କଥା କହୁଛୁ । ଯିଏ ଇଣ୍ଡିଆନ ଆଇଡଲ ଭଳି ପ୍ଲାଟଫର୍ମରେ ନିଜର କଣ୍ଠର ଜାଦୁ ଦେଖାଇ ସିଲେକ୍ଟ ହୋଇଛନ୍ତି । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଯୁବକ ରୋହନ ବିଶ୍ୱାଳ ଏବେ ସମ୍ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟରତ । ପିଲାଦିନରୁ ସେ ଗୀତ ଗାଇବାକୁ ଭଲ ପାଆନ୍ତି । ଏବେ ସେ ଇଣ୍ଡିଆନ ଆଇଡଲରେ ଗୀତ ଗାଇ ବେଶ ଚର୍ଚ୍ଚାରେ ଅଛନ୍ତି । ଯଦି ଓଡିଶାବାସୀ ତାଙ୍କୁ ସପୋର୍ଟ କରିବେ ତାହେଲେ ସେ ଆହୁରି ଆଗକୁ ଯିବେ ବୋଲି କହିଛନ୍ତି ।