କନକ ବ୍ୟୁରୋ: ବଲିଉଡ ଫିଲ୍ମ ଡ୍ରିମ ଗାର୍ଲ-୨ରେ ଓଡ଼ିଆ ଯୁବକଙ୍କ ନିର୍ଦ୍ଦେଶନା । ସୋନପୁରର ରାଜକିଶୋର ହୋତା ନିକଟରେ ରିଲିଜ ହୋଇଥିବା ଡ୍ରିମ ଗାର୍ଲ-୨ରେ ସହକାରୀ ନିର୍ଦ୍ଦେଶ ଭାବେ କାମ କରିଛନ୍ତି । ମଧ୍ୟବିତ ପରିବାରରୁ ଯାଇ ବମ୍ବେରେ ଫିଲ୍ମ ଦୁନିଆରେ କାମ କରିବାର ଯାତ୍ରା ଏତେ ସହଜ ନଥିବା କହିଛନ୍ତି ରାଜକିଶୋର । ବାପା ସ୍ପିନଙ୍ଗ ମିଲ କାମ କରୁଥିବା ସମୟରେ ମିଲ ବନ୍ଦ ହୋଇଯାଇଥିଲା । ପରବର୍ତି ସମୟରେ ପରିବାର ଚଳାଇବା କଷ୍ଟକର ହୋଇପଡିଥିଲା । ଆଉ ଏହି ସମୟରେ ଫିଲ୍ମ ଦୁନିଆରେ କାର୍ଯ୍ୟ କରିବାକୁ ବାହାରିପଡିଥିଲେ ରାଜକିଶୋର । ଏହାରି ଭିତରେ ବଡ଼ ସଫଳତା ପାଇଛନ୍ତି । କିନ୍ତୁ ଏହି ଯାତ୍ରା ଏତେ ସହଜ ନଥିଲା କହିଛନ୍ତି ରାଜକିଶୋର